Categories: ଜାତୀୟ

ହିନ୍ଦୁଙ୍କୁ ଦୁର୍ବ୍ୟବହାର କରିବା ଏକ ଫ୍ୟାଶନ ହୋଇଗଲାଣି: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌

ଲକ୍ଷ୍ନୌ,୨୯।୮:ସମାଜବାଦି ପାର୍ଟି(ଏସ୍‌ପି)ର ଜାତୀୟ ସାଧାରଣ ସମ୍ପାଦକ ସ୍ବାମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ରାମଚରିତମାନସ ଏପିସୋଡ ପରେ ସେ ହିନ୍ଦୁ ଧର୍ମକୁ ଏକ ପ୍ରତାରଣା ବୋଲି କହିଛନ୍ତି। ଯେଉଁଥିପାଇଁ ରାଜ୍ୟର ରାଜନୀତି ସରଗରମ ହୋଇଛି। ଏଥି ସହିତ ଅଯୋଧ୍ୟାଙ୍କ ସାଧୁସନ୍ଥଙ୍କ ସହ ଏସପି ସହ ମିଳିତ ମେଣ୍ଟ ଗଠନ କରିଥିବା କଂଗ୍ରେସ ମଧ୍ୟ ସ୍ବାମୀ ପ୍ରସାଦଙ୍କୁ ଟାର୍ଗେଟ କରିଛି।
କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦଙ୍କୁ ଦଳରୁ ବହିଷ୍କାର କରିବାକୁ ନିବେଦନ କରି କହିଛନ୍ତି ଯେ, ହିନ୍ଦୁମାନଙ୍କୁ ଦୁର୍ବ୍ୟବହାର କରିବା ଏକ ଫ୍ୟାଶନରେ ପରିଣତ ହୋଇଛି। ସ୍ବାମୀ ପ୍ରସାଦ ମୌର୍ଯ୍ୟ ସୀମା ଅତିକ୍ରମ କରିଛନ୍ତି। ସେ ପ୍ରତିଦିନ ସବୁ ସ୍ଥାନରେ ହିନ୍ଦୁମାନଙ୍କୁ ଦୁର୍ବ୍ୟବହାର କରନ୍ତି ଏବଂ ହିନ୍ଦୁ ଧର୍ମକୁ ଅପମାନ କରନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବେର୍ତ୍ତ ଅଖିଳେଶ ଜୀ ଏନେଇ ଚୁପ ଅଛନ୍ତି। ମୁଁ ଭାବୁଛି ସମାଜବାଦୀ ପାର୍ଟି ଆଉ ହିନ୍ଦୁମାନଙ୍କର ସମର୍ଥନ ଏବଂ ଭୋଟର ଆବଶ୍ୟକତା ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ଧର୍ମ ଅନୁସରଣ କରୁଥିବା କୋଟି କୋଟି ଲୋକଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇବାକୁ କାହାକୁ ଅଧିକାର ଦିଆଯାଇପାରିବ ନାହିଁ। ମୁଁ ଭାବୁଛି ଅଖିଳେଶ ଯାଦବ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଦଳରୁ ନିଶ୍ଚୟ ବିଦା କରିବେ।

Share