ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଥାନାରେ ଏତଲା

ହାଟଡ଼ିହୀ,୧୮l୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଶାଳନିଆ ପଞ୍ଚାୟତର ହରିଜନ ମହିଳା ସରପଞ୍ଚ ସୁମିତ୍ରା ଯେନାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ. ୧୧୮/୨୦୨୩, ସ୍ପେଶାଲ ନଂ. ୨୧/୨୦୨୩) ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ଗତ ୧୩ ତାରିଖରେ ସରପଞ୍ଚ ହାଟଡ଼ିହୀ ବ୍ଲକ୍‌କୁ ଯାଉଥିଲେ। ସେହି ସମୟରେ ଚଣ୍ଡିବିରଞ୍ଚତ୍ପୁର ନିକଟରେ ଛିଡ଼ାହୋଇଥିବା ସୋଲପଟା ଗ୍ରାମର ହିମାଂଶୁ ଶେଖର ନାୟକ ସରପଞ୍ଚଙ୍କୁ ଧମକାଇ ୧୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ପଞ୍ଚାୟତ ବିରୋଧରେ ଖବର ପ୍ରସାରଣ କରି କୌଣସି କାମ କରାଇ ଦେବେନି ବୋଲି କହିଥିଲେ। ଏଥିସହ ସରପଞ୍ଚଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ହିମାଂଶୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଅସ୍ବୀକାର କରିବା ସହ ଏହା ଏକ ମିଛ ଅଭିଯୋଗ ବୋଲି କହିଛନ୍ତି।
ପ୍ରକାଶ ଯୋଗ୍ୟ, ଶାଳନିଆ ପଞ୍ଚାୟତ ସୋଲପଟା ମୌଜାରେ ଖେଳପଡ଼ିଆ ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା ନେଇ ସୋଲାପଟା ଗ୍ରାମର ହିମାଂଶୁ ଶେଖର ନାୟକ ନନ୍ଦିପଦା ଥାନାରେ ପିଇଓ ରମେଶ ମାଝୀ, ଜିଆରଏସ ଜ୍ୟୋତିସ୍ମିତା ସେନାପତି, ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ ଏବଂ ଧୀରେନ୍ଦ୍ର ମହାଳିକଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ସୂଚନା ଅଧିକାର ବଳରେ ତଥ୍ୟ ପାଇବା ଆଳରେ ବିଭିନ୍ନ କର୍ମଚାରୀଙ୍କୁ ଚାନ୍ଦା ମାଗୁଥିବା କର୍ମଚାରୀମାନେ ବିଡିଓଙ୍କୁ ଅଭିଯୋଗ କରିଥିଲେ। ଏନେଇ ବିଡିଓ ବିନିତା ବିଜୟିନୀ ଚିଠି (ନଂ. ୧୫୩୭/୯ ମେ୨୦୨୩) ରେ ନନ୍ଦିପଦା ଥାନାରେ ଲିଖିତ ଭାବେ ଜଣାଇଥିଲେ। ଅଭିଯୋଗ ଆଧାରରେ ପୋଲିସ (ନଂ. ୧୧୯/୨୦୨୩ରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ: ଏମିତି କହିଥିଲେ …

ଭୁବନେଶ୍ୱର,୨୧।୨: କିସ୍‌ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବିକଲେ ଉକ୍ତ ଛାତ୍ରଙ୍କ ବାପା। ପୁଅର ମତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା। ସେ କହିଛନ୍ତି, ୩…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri