ଅବହେଳାରୁ ଅବ୍ୟବହୃତ

ଭୁବନ, ୯।୧(ଡି.ଏନ.ଏ.) ନୂଆ ରଙ୍ଗରେ ଝଲସୁଛି। ବାହାରୁ ଦେଖିଲେ ଯେ କେହି ଖୁସି ହୋଇଯିବ। ହେଲେ ପାଖକୁ ଆସି ଦେଖିଲେ ସବୁ ଓଲଟା। ଚିକିମିକିଆ ଚୂନ ଧଉଳା ହୋଇଥିବା କମ୍ୟୁନିଟି ଶୌଚାଳୟରେ ଝୁଲୁଛି ତାଲା। ନା ଅଛି ପାଣି ସୁବିଧା ନା ଜଳୁଛି ବିଜୁଳିବତି। ଉଦ୍‌ଘାଟନର ଦୀର୍ଘ ୪ବର୍ଷ ବିତିଯାଇଥିଲେ ବି ପରିସ୍ଥିତି ବଦଳୁନି। ପ୍ରଶାସନିକ ଅବହେଳାରୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ଶୌଚାଳୟ ଅବ୍ୟବହୃତ ହୋଇ ପଡ଼ିଥିବାବେଳେ ଢେଙ୍କାନାଳ ଜିଲାର ଐତିହାସିକ ସହର ଭୁବନ ଏନ୍‌ଏସିବାସୀଙ୍କ ପାଇଁ ବାହ୍ୟ ମଳମୁକ୍ତ ସହର ସ୍ବପ୍ନ ପାଲଟିଛି। ଏନ୍‌ଏସି ମାନ୍ୟତା ପାଇବାର ୨୯ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଗୋଷ୍ଠୀ ଶୌଚାଳୟଟିଏ କାର୍ଯ୍ୟକ୍ଷମ ହୋଇ ନ ପାରିବା ପ୍ରଶାସନର ଅପାରଗତା ବୋଲି ବୁଦ୍ଧିଜୀବୀମାନେ କ୍ଷୋଭର ସହ କହିଛନ୍ତି।
ଏସିଆ ମହାଦେଶର ସର୍ବବୃହତ ଗ୍ରାମ ଭୁବନ। ୧୯୭୧ରୁ ଏହି ବୃହତ୍‌ ଅଞ୍ଚଳକୁ ମିଳିଛି ଏନ୍‌ଏସି ମାନ୍ୟତା। ୧୫ ଓ୍ବାର୍ଡକୁ ନେଇ ଗଠିତ ବିଜ୍ଞପିତ ଅଞ୍ଚଳ ପରିଷଦରେ ବାସ କରୁଛନ୍ତି ୨୭ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ। ଶହୀଦ ବୀର ବାଜି ରାଉତ, କଂସାବାସନ କାରିଗରି ଏବଂ ପର୍ଯ୍ୟଟନ ସମ୍ଭାରରେ ଭରପୂର ଏହି ଅଞ୍ଚଳକୁ ଦୈନିକ କୋଲକାତା, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଅନୁଗୋଳ, ରାଉରକେଲାରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀ, ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଆସିଥାନ୍ତି। ହେଲେ ଗୋଷ୍ଠୀ ଶୌଚାଳୟ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସେମାନେ ଅନେକାଂଶରେ ସମସ୍ୟାରେ ପଡୁଛନ୍ତି।
ଭୁବନ ସହରରେ ବଢୁଥିବା ଜନସଂଖ୍ୟା ଏବଂ ଆଗନ୍ତୁକଙ୍କ ସୁବିଧା ଦୃଷ୍ଟିରୁ ୨୦୧୬ ନଭେମ୍ବର ୨୫ରେ ଲୋକାର୍ପିତ ହୋଇଥିଲା ୬ ଗୋଷ୍ଠୀ ଶୌଚାଳୟ। ଗୋଡ଼ିପୋଖରୀ, କୋହ୍ଲସାହି, ପୃଷ୍ଟିପୋଖରୀ, ନୂଆପୋଖରୀ, ଏନ୍‌ଏସି ଅନ୍ତର୍ଗତ ୩ନଂ. ଏବଂ ୧୪ନଂ. ଓ୍ବାର୍ଡରେ ଏଗୁଡ଼ିକ ନିର୍ମାଣ କରାଯାଇଥିଲା। ପ୍ରତିଟିରେ ଖର୍ଚ୍ଚ ହୋଇଥିଲା ୯ ଲକ୍ଷ ୬୦ ହଜାର ଟଙ୍କା। ତେବେ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିବା ଏହି ଶୌଚାଳୟରେ ଆବଶ୍ୟକ ସୁବିଧା ନାହିଁ। କେଉଁଠି ବିଜୁଳି ନ ଥିବାରୁ ଟାଙ୍କିକୁ ପାଣି ଉଠିପାରୁନି ତ ଅନ୍ୟ କେଉଁଠି ତଦାରଖ କରିବାକୁ କେହି ନାହିଁ। ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ିରହିବା ପରେ ସେଗୁଡ଼ିକ ପରିତ୍ୟକ୍ତ ହୋଇପଡ଼ିଥିଲା। ଦିନଟିଏ କାମରେ ଲାଗି ନ ଥିବା ଏହି ଶୌଚାଳୟଗୁଡ଼ିକୁ ପୁନର୍ବାର ଅଜସ୍ର ଟଙ୍କା ଖର୍ଚ୍ଚ କରି ନୂଆ ରୂପ ଦିଆଯାଉଛି। ପୁରୁଣା କାମରେ ଲାଗୁ ନ ଥିବାବେଳେ ଏନ୍‌ଏସି କର୍ତ୍ତୃପକ୍ଷ ଆହୁରି ୯ କମ୍ୟୁନିଟି ଶୌଚାଳୟ ନିର୍ମାଣ କରୁଛନ୍ତି। ଗୋଡ଼ିପୋଖରୀ, ହିଙ୍ଗୁଳା ପୀଠ, ପୃଷ୍ଟି ପୋଖରୀ, ଆହାରକେନ୍ଦ୍ର, ବାଟତାରିଣୀ, କୋହ୍ଲସାହି, ଟୋଲଙ୍କବେରେଣି, ଟ୍ୟାକ୍ସିଷ୍ଟାଣ୍ଡ, ତହସିଲ କାର୍ଯ୍ୟାଳୟ
ଏହାର ନିର୍ମାଣାଧୀନ ଏସବୁ ଶୌଚାଳୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟ ଦୂରଦୃଷ୍ଟିହୀନ ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଉନ୍ନୟନ ନାମରେ ଏହା ପ୍ରହସନ ବୋଲି ସେମାନେ କ୍ଷୋଭବ୍ୟକ୍ତ କରିଛନ୍ତି।
ଏ ସଂକ୍ରାନ୍ତରେ ଏନଏସି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ପ୍ରଭାସ ରଞ୍ଜନ ବେହୁରିଆ କୁହନ୍ତି, ବିଜ୍ଞପିତ ଅଞ୍ଚଳ ପରିଷଦରେ ଅନେକ ସମସ୍ୟା ରହିଛି। କିଛିଦିନ ହେଲା ତାଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ଦିଆଯାଇଛି। କେତେକ ସମସ୍ୟାର ସମାଧାନ ହେଲାଣି। ନିର୍ମାଣ ସରିଥିବା ଏବଂ ନିର୍ମାଣ ହେଉଥିବା ଶୌଚାଳୟଗୁଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ଗୁରୁତ୍ୱ ଦିଆଯିବ।

ସବୁ ଯୋଜନା ଦିଗହରା
ଦୀର୍ଘଦିନ ଧରି ଦେଶ ସେବାରେ ନିୟୋଜିତ ରହି ଅବସର ନେବାପରେ ଜନ୍ମମାଟିକୁ ଫେରିଛି। ଏଠି ସବୁ ଯୋଜନା ଦିଗହରା। ଭୁବନବାସୀଙ୍କ ପାଇଁ ଏହା ସ୍ବଚ୍ଛ ସହର ସ୍ବପ୍ନ ପାଲଟିଛି। ପ୍ରଶାସନିକ ଅଧିକାରୀ ଗୁରୁତ୍ୱ ଦେଲେ ସମସ୍ୟାର ସମାଧାନ ହୋଇପାରିବ ।
-ସନ୍ତୋଷ ପଟ୍ଟନାୟକ, ଅବସରପ୍ରାପ୍ତ ନୌସେନା କର୍ମଚାରୀ
ଯାତ୍ରୀ ସମସ୍ୟା ଭୋଗୁଛନ୍ତି
ଭୁବନ କାଳୀବଜାର ଏବଂ ନୂଆବଜାର ଜିଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ। ଏହି ଦୁଇ ସ୍ଥାନରେ ଦୈନିକ ହଜାର ହଜାର ଯାତ୍ରୀ ଆସିଥାନ୍ତି। ଶୌଚାଳୟ ନ ଥିବାରୁ ସେମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଜିଲାପାଳ ଗୁରୁତ୍ୱ ଦେବା ଆବଶ୍ୟକ।
-ସମୀର ସାହୁ, କାଳୀବଜାର ବଣିକ ସଂଘ ସଭାପତି
ବହୁତ ପଛରେ ପଡ଼ିଛି
ଦିନକୁ ଦିନ ଭୁବନ ସହରର କଳେବର ବଢ଼ିବାରେ ଲାଗିଛି। ଐତିହାସିକ ଦୃଷ୍ଟିକୋଣରୁ ଅଞ୍ଚଳର ଗୁରୁତ୍ୱ ରହିଛି। ଦୀର୍ଘଦିନରୁ ଏନ୍‌ଏସି ମାନ୍ୟତା ପାଇଥିଲେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ସହର ବହୁ ପଛରେ। ଏକାଠି ହୋଇ ସ୍ବର ଉଠାଇଲେ ସମସ୍ୟା ଦୂରହେବ।
-ଗିରିଧାରୀ ସାହୁ, ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ
ସରକାରୀ ଅର୍ଥ ବାଟବାରଣା ହେଉଛି
ଭୁବନ ଅଞ୍ଚଳର ବିକାଶ ପାଇଁ କାହାରି ଦରଦ ନାହିଁ। ଏଠି ସମସ୍ତେ ନିଜ ନିଜ ସ୍ବାର୍ଥରେ ବ୍ୟସ୍ତ। ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ସରକାରୀ ଅର୍ଥ ବାଟମାରଣା ହେଉଛି। ପ୍ରଶାସନିକ ଅଧିକାରୀ ଏହା ଦେଖି ନୀରବଦ୍ରଷ୍ଟା ସାଜିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ।
-ସନାତନ ପାତ୍ର, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଅବକାରୀ ବିଭାଗର ନୂଆ ଗାଇଡଲାଇନ: ଏଣିକି ଏମିତି ମିଳିବ ମଦ

ଭୁବନେଶ୍ୱର,୩।୪: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri