Posted inଖେଳ

ଆବୁଧାବୀ ବିଶ୍ୱ ଜୁ-ଜିତ୍‌ସୁ: ଅନୁପମାଙ୍କୁ ବ୍ରୋଞ୍ଜ

ଭୁବନେଶ୍ବର, ୭।୧୧(ତପନ ସ୍ବାଇଁ): ଏକାଧିକ କ୍ରୀଡ଼ାରେ ପାରଙ୍ଗମ ଓଡ଼ିଶାର ଅନୁପମା ସ୍ବାଇଁ କ୍ୟାରିୟରରେ ଆଉ ଏକ ସଫଳତା ଫର୍ଦ୍ଦ ଯୋଡ଼ିଛନ୍ତି। ଆବୁଧାବୀଠାରେ ଅନୁଷ୍ଠିତ ବିଶ୍ୱ ଜୁ-ଜିତସୁ ପ୍ରତିଯୋଗିତାରେ ସେ ମହିଳା ହ୍ବାଇଟ ବେଲ୍ଟ ୪୯ କିଲୋ ବର୍ଗରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ବିଶ୍ୱର ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଅନୁପମା ଦୁବାଇର ଆଟ୍ରିକ୍ସନ ଏକାଡେମୀରେ ନିଜକୁ ପ୍ରସ୍ତୁତ କରିଥିଲେ। ୧୬ ଜଣିଆ ବ୍ରାକେଟ୍‌ ଥିବା ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଦୁବାଇ ପ୍ରତିଯୋଗୀଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ଅନୁପମା। ମାତ୍ର ଏହି ରାଉଣ୍ଡରେ ସେ ସ୍ବର୍ଣ୍ଣ ପଦକ ବିଜୟିନୀ କାଜାକସ୍ତାନ ପ୍ରତିଯୋଗୀଠାରୁ ପଏଣ୍ଟ ବ୍ୟବଧାନରେ ପରାସ୍ତ ହେବାପରେ ରିପ୍‌ଚେଜ୍‌ ବ୍ରାକେଟକୁ ଯାଇଥିଲେ। ଏହି ପର୍ଯ୍ୟାୟର ଫାଇନାଲରେ ବ୍ରାଜିଲ ପ୍ରତିଯୋଗୀଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲେ ଓଡ଼ିଶାର ଏହି ସାହସୀ ଯୁବତୀ। ଭାରତର ଜଣେ ଶ୍ରେଷ୍ଠ ସାମରିକ କ୍ରୀଡାବିତ୍‌ଭାବେ ପରିଚିତ ଅନୁପମା ଓଡ଼ିଶା ପୋଲିସରେ କନ୍‌ଷ୍ଟେବଲ ଚାକିରି ପାଇ କ୍ରୀଡ଼ା ବିଭାଗ ଅଧୀନରେ କାର୍ଯ୍ୟରତ ଅଛନ୍ତି। ୩ଟି ଏସିଆ ଜୁ-ଜିତ୍‌ସୁ ପ୍ରତିଯୋଗିତାରେ ପଦକ, ଏସିଆନ ଶକ୍ତିଉତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତିଥିବା ଅନୁପମା କରାଟେରେ ଜଣେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌। ଏହି ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ବିଏନ୍‌ପି ଗ୍ରୁପ୍‌ ଅଧ୍ୟକ୍ଷ ଡ. ବିଶ୍ୱନାଥ ପଟ୍ଟନାୟକ ସମସ୍ତ ଖର୍ଚ୍ଚ ବହନ କରିଥିଲେ। ୮ ତାରିଖରେ ଫେରିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ରାଜ୍ୟ ଜୁ ଜିତ୍‌ସୁ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିଭାବରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭଞ୍ଜନଗର, ୨୯।୬ (ବାବୁଲା ପ୍ରଧାନ): ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ…

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ…

ପାନ ଦୋକାନୀ,ତାଙ୍କ ବାପାଙ୍କୁ ହତ୍ୟା ଉଦ୍ୟମ: ୨ ଗିରଫ

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

ଦିଗପହଣ୍ଡି ଛାତ୍ରଙ୍କ ଜାପାନ ଯାତ୍ରା: ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ      

ଦିଗପହଣ୍ଡି,୨୯|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମର ଛାତ୍ର ଦେବାଶିଷ ମିଶ୍ର ଜାପାନ ଯାତ୍ରା କରିଛନ୍ତି। ସେ ଗାଁ ସ୍କୁଲରୁ ପାଠ ପଢ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri