Categories: ଖେଳ

ମାତ୍ର ୧୨ଟି ବଲ୍‌ ଖେଳି ଇତିହାସ ରଚିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଆବୁଧାବି,୪।୧: ଆବୁଧାବି ଟି-୨୦ ଲିଗ୍‌ରେ କ୍ରିସ୍‌ ଗେଲ୍‌ ମରାଠା ଆରବିଆନ୍ସ ବିପକ୍ଷରେ ଇତିହାସ ରଚିଛନ୍ତି। ଆବୁଧାବିର ଓପନର୍‌ ଗେଲ୍‌ ମାତ୍ର ୨୨ଟି ବଲ୍‌ରୁ ୮୪ ରନ୍‌ର ଇନିଂଶ ଖେଳିଥିଲେ। ପ୍ରଥମେ ବ୍ୟାଟିଂ କରି ମରାଠା ଆରବିଆନ୍ସ ନିର୍ଦ୍ଧାରିତ ୧୦ ଓଭରରେ ୪ ଉଇକେଟ୍‌ ହରାଇ ୯୭ ରନ୍‌ କରିଥିଲା। ଏହାର ଜବାବରେ ଗେଲ୍‌ଙ୍କ ବିସ୍ଫୋରକ ଇନିଂଶ ବଳରେ ଆବୁଧାବି ମାତ୍ର ୫.୩ ଓଭରରେ ୧୦୦ ରନ୍‌ରେ କରି ବିଜୟ ହାସଲ କରିଥିଲା। ୪୧ ବର୍ଷୀୟ ଗେଲ୍‌ ୭୮ ରନ୍‌ କେବଳ ୬ଟି ଚୌକା ଏବଂ ୯ଟି ଛକା ମାରି କରିଥିଲେ। ଗେଲ୍‌ ଟି-୧୦ କ୍ରିକେଟ୍‌ରେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଥିଲେ। ସେ ୧୨ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାସହ ସେ ଯୁବରାଜ ସିଂଙ୍କ ରେକର୍ଡର ସହ ସମକକ୍ଷ ହୋଇଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ୍‌ରେ ୧୨ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ।

Share