ପୂଜା, ଭସାଣିରେ ନିଶା ସେବନ ମନା

ଭଦ୍ରକ ଅଫିସ,୨୬।୯: ଶାରଦୀୟ ପର୍ବ ପାଳନ ଅବସରରେ ଡିଜେ ବ୍ୟବହାର ନିଷେଧ। ପୂଜା ଅବଧି କିମ୍ବା ଭସାଣି ସମୟରେ କମିଟି ସଦସ୍ୟ ନିଶା ସେବନରୁ ବିରତ ରହିବେ। ଏନେଇ କମିଟି ପକ୍ଷରୁ ପଦକ୍ଷେପ ନେବାକୁ ଦୁର୍ଗାପୂଜା ଉପଲକ୍ଷେ ଭଦ୍ରକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଏସ୍‌ପି ଚରଣ ସିଂ ମୀନା ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅବମାନନା ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏସ୍‌ପିଙ୍କ ସହ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ ଯୋଗ ଦେଇଥିଲେ। ବିସର୍ଜନ ପାଇଁ ସମ୍ପୃକ୍ତ ଥାନାଧିକାରୀ ଓ ଶବ୍ଦ ବ୍ୟବସ୍ଥା ଲାଗି ଉପଜିଲାପାଳଙ୍କଠାରୁ ଅନୁମତି ନେବାକୁ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ କୁହାଯାଇଛି। ବିଭିନ୍ନ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଶାନ୍ତି କମିଟି ସଦସ୍ୟ, ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ମାଡୁନି ପାଣି: ରେଲୱେ ସାଇଫନ ସାଜିଛି ବାଧକ

କେନ୍ଦୁଝର, ୧୨।୧୦( ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନଇଗାଁ ଅଞ୍ଚଳର ଚାଷୀ ଜମିକୁ କେନାଲ ପାଣି ମଡାଇ ନ ପାରି ଚିନ୍ତାରେ ପଡିଛନ୍ତି। ବର୍ତ୍ତମାନ ଧାନ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା: ଅଭିନବ ଉପାୟରେ ପ୍ରତିବାଦ

ବଲାଙ୍ଗୀର ଅଫିସ,୨୬।୭: କଳାହାଣ୍ଡି ଜିଲା ଭବାନୀପାଟଣାରୁ ବାହାରି ସୋମବାର କୋଶଳ ସ୍ବାଭିମାନ ପଦଯାତ୍ରା ବଲାଙ୍ଗୀର ସହରରେ ପହଞ୍ଚିଛି । ଏହି ଅବସରରେ କୋଶଳ ରାଜ୍ୟ ସମନ୍ବୟ...

ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣା: ଥାନାରେ ଏତଲା

କେନ୍ଦୁଝର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନାରେ ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାକୁ ନେଇ ଶନିବାର ଥାନାରେ ଏତଲା ଦିଆଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ କ୍ୟାମେରା ମ୍ୟାନ୍‌ ତନ୍ମୟ କୁମାର...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା

ଭଞ୍ଜନଗର,୧୦।୭(ଡି.ଏନ୍‌.ଏ.): ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାରେ ଶୁକ୍ରବାର ରାତିରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ...

ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଛତ୍ରପୁର,୨୨ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ପିଲିବନ୍ଧ ନିକଟ ଖେଳପଡ଼ିଆ ପାର୍ଶ୍ୱ ବୁଦାମୂଳରୁ ବୁଧବାର ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର କାନ୍ଦ ଶୁଣି...

ପ୍ରଶାସନ ଚୁପ୍‌, ଆଗେଇଆସିଲେ ସ୍ବେଚ୍ଛାସେବୀ:ସଚେତନତା ପାଇଁ ଟାଙ୍ଗିଲେ ଫଳକ

ଜୟପୁର,୧୫ା୩(ଡି.ଏନ୍‌.ଏ.) ରାସ୍ତାଘାଟ ପରି ସାର୍ବଜନୀନ ସ୍ଥାନରେ ଲୋକଙ୍କ ସୁରକ୍ଷା ଓ ସଚେତନତା ପାଇଁ ପ୍ରଶାସନ କିଛି ନାମଫଳକ ଲଗାଇବା କଥା। କିନ୍ତୁ ପ୍ରଶାସନ ନିଜ ଦାୟିତ୍ୱ...

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୨୧।୬: ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ଚାଲିଥିବା ୪ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପରିବର୍ଦ୍ଧିତ କରାଯାଇଛି। ଏହି ଆନ୍ଦୋଳନ ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ...

ଚୋରା ଗଞ୍ଜେଇ, ୧.୩୨ ଲକ୍ଷ ଟଙ୍କା ଜବତ

ନିମାପଡ଼ା,୧୧।୧(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅଞ୍ଚଳରେ ନିଶାଦ୍ରବ୍ୟ କାରାବାର ଜୋରଦାର ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏ ନେଇ ଏସ୍‌ପି ଡ.କନଓ୍ବର ବିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ...

Advertisement
Archives

Model This Week