ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ, ୨୫ରୁ ଉର୍ଦ୍ଧ୍ବ ଛାତ୍ର….

ଖୋର୍ଦ୍ଧା,୪।୧୨(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ଯାଳୟରେ ଅଭାବନୀୟ ଘଟଣା । ୨୫ରୁ ଉର୍ଦ୍ଧ୍ବ ଛାତ୍ର ଜଣ୍ଡିସ (ହେପାଟାଇଟିସ-ଏ) ଆକ୍ରାନ୍ତ ହୋଇଛନ୍ତି । ରବିବାର ସେମାନଙ୍କୁ ଜିଲା ମୁଖ୍ଯ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । ମିଳିଥିବା ସୂଚନା ପ୍ରକାରେ ଅକ୍ଟୋବର ମାସରୁ ପୂଜା ଛୁଟିରୁ ଫେରିବା ପରେ ଜଣେ ଛାତ୍ର ଥଣ୍ଡା ଜ୍ବରରେ ପୀଡିତ ହୋଇଥିଲେ। ତାଙ୍କ ଠାରେ ହେପାଟାଇଟିସ ଏ ଲକ୍ଷଣ ଦେଖାଯାଇଥିଲା। ପରେ ନଭେମ୍ବର ମାସରେ ୬ଜଣ, ଡିସେମ୍ବର ମାସ ରେ ୯ଜଣ ଆକ୍ରାନ୍ତ ହୋଇଥିବା ଆଜି ହଠାତ ଅପରାହ୍ନ ୧୦ଜଣ ଛାତ୍ର ଭୀଷଣ ଥଣ୍ଡା ଜ୍ବରରେ ପୀଡିତ ଛାତ୍ରଙ୍କୁ ମେଡିକାଲ ନିଆଯାଇଥିଲା।

ଟେଷ୍ଟ ପରେ ତାଙ୍କ ଦେହରେ ହେପାଟାଇଟିସ ଏ ଅର୍ଥାତ ଜଣ୍ଡିସ ପ୍ରଥମ ଲକ୍ଷଣ ଚିହ୍ନଟ ହୋଇଥିଲା। ଖବରପାଇ ପରିବାର ଲୋକେ ପହଞ୍ଚିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିବା ବିଦ୍ଯାଳୟ ଉପାଧ୍ୟକ୍ଷ ଏନ ସି ଚକ୍ର ସୂଚନା ଦେଇଛନ୍ତି । ଉପାଧ୍ଯକ୍ଷ ସୂଚନା ପ୍ରକାରେଏହି ବିଦ୍ଯାଳୟରେ ୬ଷ୍ଠ ଠାରୁ ୧୨ଶ ପର୍ଯ୍ୟନ୍ତ ୫୭୦ଛାତ୍ର ରହୁଛନ୍ତି । ଏହି ଘଟଣା ପରେ ପିଲାଙ୍କ ସ୍ବାସ୍ଥ୍ଯବସ୍ଥା ଏବଂ ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।

ଆସନ୍ତାକାଲି ସମସ୍ତ ଛାତ୍ରୀଛାତ୍ର ମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରାଯିବ। କୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ପଠାଯିବା ବ୍ଯବସ୍ଥା କରାଯିବ । ଛାତ୍ରାବାସରେ ରହୁଥିବା ପିଲାଙ୍କ ସ୍ବଚ୍ଛତା ଉପରେ ସଚେତନ କରାଯିବ। ଖାଇବା ପୂର୍ବରୁ ହାତ ଭଲ ଭାବେ ଧୋଇବେ। ଝାଡା, ଶୌଚ ପରେ ହାତ ଗୋଡ ମୁହଁ ଭଲ ଭାବେ ଧୋଇବେ। କେବଳ ଫୁଠା ପାଣି ପିଇବେ। ଅନ୍ଯର ବୋତଲ, ଥାଳି ବ୍ଯବହାର କରିବେ ନାହିଁ, ଏ ଦିଗରେ ବ୍ଯାପକ ସଚେତନ କରାଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଷ୍ଟଇଣ୍ଡିଜ୍‌ର ବୃହତ ବିଜୟ

ମୁମ୍ବାଇ,୨୩ା୨: ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଓ ପରେ ଗୁଦାକେଶ ମୋତିଙ୍କ ଜବରଦସ୍ତ ବୋଲିଂ ବଳରେ ଏଠାରେ ସୋମବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର…

ଝାଡ଼ଖଣ୍ଡରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଯାଉଥିଲେ ୭ଜଣ

ରାଞ୍ଚି,୨୩।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ବିର୍ସାମୁଣ୍ଡା ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ଏକ ଏୟାର ଆମ୍ବୁଲାନ୍ସ ବିମାନ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର କିଛି ସମୟ…

ଖୋଲିଲା ହରିଶଙ୍କର ମନ୍ଦିର ହୁଣ୍ଡି

ଖପ୍ରାଖୋଲ, ୨୩।୨(ଅଭୟ ତ୍ରିପାଠୀ)-ବଲାଙ୍ଗୀର ଜିଲା ଖପ୍ରାଖୋଲର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ଦାନ ହୁଣ୍ଡି ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଖୋଲାଯାଇଛି। ମନ୍ଦିର ମଧ୍ୟରେ ଥିବା…

ବ୍ରାହ୍ମଣୀଗାଁ ଶ୍ରୀ ଶ୍ରୀ ମୁକ୍ତେଶର ମହାରୁଦ୍ରଙ୍କ ପ୍ରତିଷ୍ଠା ମହାସମାରୋହ ଉଦ୍‌ଯାପିତ : ମନ୍ଦିର ପ୍ରବେଶ, ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୩ ।୨(ଅରୁଣ ସାହୁ/ମନୋରଞ୍ଜନ ରଣା ):ନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା…

କୋକସରା-ଚିଲିଗୁଡା ରାସ୍ତାରେ ଟ୍ରକ୍‌ ପିଟିଲା ବାଇକ୍‌କୁ

କୋକସରା,୨୩।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥରେ କୋକସରା-ଚିଲିଗୁଡା ରାସ୍ତାରେ ସାମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ପାଇପ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ…

ହେଟମେୟର, ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେ ଆଗରେ ୨୫୫ ରନ୍‌ର ବିଶାଳ ଟାର୍ଗେଟ୍‌

ମୁମ୍ବାଇ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ…

ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ଶୁଭ୍ରାଙ୍କ ପଦ ରଦ୍ଦ ମାମଲାରେ କାଉନସିଲରଙ୍କ ବିଜୟ: ଶ୍ରମିତା

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ହୋଇ ବାଲଟ ବାକ୍ସରେ କଏଦ…

ଆମ୍ବୁଲାନ୍ସ ନେଲା ଆରଏମ୍‌ସି କର୍ମଚାରୀଙ୍କ ଜୀବନ

ବିଷମକଟକ/ଗୁଣପୁର ୨୩।୨(ପ୍ରସନ୍ନ କୁମାର ପଣ୍ଡା/ ସଂକେତ ପାତ୍ର): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁମାର ଢାମୁଣୀ ନିକଟରେ ସୋମବାର ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ଆରଏମ୍‌ସି କର୍ମଚାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri