ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ, ୨୫ରୁ ଉର୍ଦ୍ଧ୍ବ ଛାତ୍ର….

ଖୋର୍ଦ୍ଧା,୪।୧୨(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ଯାଳୟରେ ଅଭାବନୀୟ ଘଟଣା । ୨୫ରୁ ଉର୍ଦ୍ଧ୍ବ ଛାତ୍ର ଜଣ୍ଡିସ (ହେପାଟାଇଟିସ-ଏ) ଆକ୍ରାନ୍ତ ହୋଇଛନ୍ତି । ରବିବାର ସେମାନଙ୍କୁ ଜିଲା ମୁଖ୍ଯ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । ମିଳିଥିବା ସୂଚନା ପ୍ରକାରେ ଅକ୍ଟୋବର ମାସରୁ ପୂଜା ଛୁଟିରୁ ଫେରିବା ପରେ ଜଣେ ଛାତ୍ର ଥଣ୍ଡା ଜ୍ବରରେ ପୀଡିତ ହୋଇଥିଲେ। ତାଙ୍କ ଠାରେ ହେପାଟାଇଟିସ ଏ ଲକ୍ଷଣ ଦେଖାଯାଇଥିଲା। ପରେ ନଭେମ୍ବର ମାସରେ ୬ଜଣ, ଡିସେମ୍ବର ମାସ ରେ ୯ଜଣ ଆକ୍ରାନ୍ତ ହୋଇଥିବା ଆଜି ହଠାତ ଅପରାହ୍ନ ୧୦ଜଣ ଛାତ୍ର ଭୀଷଣ ଥଣ୍ଡା ଜ୍ବରରେ ପୀଡିତ ଛାତ୍ରଙ୍କୁ ମେଡିକାଲ ନିଆଯାଇଥିଲା।

ଟେଷ୍ଟ ପରେ ତାଙ୍କ ଦେହରେ ହେପାଟାଇଟିସ ଏ ଅର୍ଥାତ ଜଣ୍ଡିସ ପ୍ରଥମ ଲକ୍ଷଣ ଚିହ୍ନଟ ହୋଇଥିଲା। ଖବରପାଇ ପରିବାର ଲୋକେ ପହଞ୍ଚିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିବା ବିଦ୍ଯାଳୟ ଉପାଧ୍ୟକ୍ଷ ଏନ ସି ଚକ୍ର ସୂଚନା ଦେଇଛନ୍ତି । ଉପାଧ୍ଯକ୍ଷ ସୂଚନା ପ୍ରକାରେଏହି ବିଦ୍ଯାଳୟରେ ୬ଷ୍ଠ ଠାରୁ ୧୨ଶ ପର୍ଯ୍ୟନ୍ତ ୫୭୦ଛାତ୍ର ରହୁଛନ୍ତି । ଏହି ଘଟଣା ପରେ ପିଲାଙ୍କ ସ୍ବାସ୍ଥ୍ଯବସ୍ଥା ଏବଂ ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।

ଆସନ୍ତାକାଲି ସମସ୍ତ ଛାତ୍ରୀଛାତ୍ର ମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରାଯିବ। କୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ପଠାଯିବା ବ୍ଯବସ୍ଥା କରାଯିବ । ଛାତ୍ରାବାସରେ ରହୁଥିବା ପିଲାଙ୍କ ସ୍ବଚ୍ଛତା ଉପରେ ସଚେତନ କରାଯିବ। ଖାଇବା ପୂର୍ବରୁ ହାତ ଭଲ ଭାବେ ଧୋଇବେ। ଝାଡା, ଶୌଚ ପରେ ହାତ ଗୋଡ ମୁହଁ ଭଲ ଭାବେ ଧୋଇବେ। କେବଳ ଫୁଠା ପାଣି ପିଇବେ। ଅନ୍ଯର ବୋତଲ, ଥାଳି ବ୍ଯବହାର କରିବେ ନାହିଁ, ଏ ଦିଗରେ ବ୍ଯାପକ ସଚେତନ କରାଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୬ ଉଦ୍‌ଘାଟିତ: ପ୍ରଥମ ସନ୍ଧ୍ୟାରେ ଜମିଲା ଲୋକକଳାର ଆସର; କାଲି ଗାଇବେ…

ଥୁଆମୂଳ ରାମପୁର, ୬ା୧ (ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବାବା ଖଣ୍ଡୁଆଳ ଖେଳ ପଡ଼ିଆଠାରେ ମଙ୍ଗଳବାର ଥୁଆମୂଳ ରାମପୁର...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଚାଷୀଙ୍କ ମୁଣ୍ଡରେ ଚଡ଼କ: ମଣ୍ଡିରେ ପଡ଼ିଛି ଧାନ, ଆସୁଛି ବର୍ଷା; ଦାବିରେ ଅଟଳ ମିଲର୍ସ ସଂଘ

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଆଡ଼କୁ ଗତି କରୁଛି। ଗୋଟିଏ ପଟେ ରାଇସ୍ ମିଲରମାନେ ନିଜ ଜିଦ୍‌ରେ ଅଟଳ ଥିବାବେଳେ,...

ଭାରତ ସ୍କାଉଟ ଓ ଗାଇଡ୍ସର କ୍ୟାମ୍ପୋରି ଉଦ୍‌ଘାଟିତ: ୨୪୬ ସ୍କୁଲର…

ଦିଗପହଣ୍ଡି, ୬ା୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀ ଧାମ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସ୍କାଉଟ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri