Categories: ଫୁରସତ

୪ଟି ବିଷୟରେ ମାଷ୍ଟର ଡିଗ୍ରୀ, କିନ୍ତୁ ଗଳିକୁ ଗଳି ବୁଲି ପରିବା ବିକୁଛନ୍ତି ପ୍ରଫେସର

ଚାରୋଟି ବିଷୟରେ ମାଷ୍ଟର ଡିଗ୍ରୀ। ଆଇନ୍‌ରେ ପିଏଚଡି କରିବା ପରେ ଯେକୌଣସି ସରକାରୀ ଚାକିର କରିବାକୁ ପସନ୍ଦ କରନ୍ତି। ଯେତେବେଳେ ସେହି ଚାକିରିରେ ପରିବାରର ଖର୍ଚ୍ଚ ପୂରଣ କରିବା କଷ୍ଟସାଧ୍ୟ ହୁଏ, ସେତେବେଳେ ବ୍ୟକ୍ତି ଜଣକ ଆଉ କିଛି କରିବାକୁ ପ୍ରସ୍ତୁତ ହୋଇଯାନ୍ତି। ପଞ୍ଜାବର ଡକ୍ଟର ସନ୍ଦୀପ ସିଂଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ୩୯ ବର୍ଷିୟ ସନ୍ଦୀପ ସିଂ ପଟିଆଲା ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଚୁକ୍ତିଭିତ୍ତିକ ପ୍ରଫେସର ଥିଲେ। ପରିସ୍ଥିତି ଯୋଗୁ ତାଙ୍କୁ ଚାକିରି ଛାଡ଼ି ଟଙ୍କା ରୋଜଗାର କରିବା ପାଇଁ ପନିପରିବା ବିକ୍ରି ଆରମ୍ଭ କରିବାକୁ ପଡ଼ିଲା।
ସନ୍ଦୀପ ସିଂ ୧୧ ବର୍ଷ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରେ ଚୁକ୍ତିଭିତ୍ତିକ ପ୍ରଫେସର ଥିଲେ। ପଞ୍ଜାବୀ, ସାମ୍ବାଦିକତା ଏବଂ ରାଜନୈତିକ ବିଜ୍ଞାନ ସମେତ ଚାରିଟି ମାଷ୍ଟର ଡିଗ୍ରୀ ସହିତ ସେ ଆଇନରେ ପିଏଚଡି କରିଛନ୍ତି ଏବଂ ସେ ବର୍ତ୍ତମାନ ମଧ୍ୟ ଅଧ୍ୟୟନ କରୁଛନ୍ତି। କୁହାଯାଉଛି ଯେ, ଦରମା କାଟ ଏବଂ ଅନିୟମିତ ଦରମା ଭଳି ବାଧାବିଘ୍ନର ସମ୍ମୁଖୀନ ହେବା ପରେ ସନ୍ଦୀପ ଚାକିରି ଛାଡ଼ିଥିଲେ। ସେ କହିଛନ୍ତି, ମୋତେ ଚାକିରି ଛାଡ଼ିବାକୁ ପଡ଼ିଲା କାରଣ ମୁଁ ମୋର ଦରମା ଠିକ ସମୟରେ ପାଇ ନ ଥିଲି ଏବଂ ବାରମ୍ବାର ଦରମା କାଟ ହେଉଥିଲା। ସେହି ଚାକିରିରୁ ବଞ୍ଚିବା ମୋ ପାଇଁ କଷ୍ଟସାଧ୍ୟ ହୋଇଗଲା, ତେଣୁ ମୁଁ ଏବଂ ମୋ ପରିବାର ପୋଷିବା ପାଇଁ ପନିପରିବା ବିକ୍ରୟ କରିବା ଆରମ୍ଭ କଲ।
‘PHD Sabziwala’ ଲେଖି ସେ ସାଇକେଲ୍‌ରେ ପ୍ରତିଦିନ ପନିପରିବା ବିକ୍ରି କରନ୍ତି। ଗଳିକୁ ଗଳି ବୁଲି ପନିପରିବା ବିକ୍ରି କରୁଥିବା ସନ୍ଦୀପ କହିଛନ୍ତି, ପନିପରିବା ବିକ୍ରୟ କରି ସେ ଚୁକ୍ତିଭିତ୍ତିକ ପ୍ରଫେସର ଭାବରେ ଯେତିକି ରୋଜଗାର କରୁଥିବେ ତା’ଠାରୁ ଅଧିକ ରୋଜଗାର କରୁଛନ୍ତି। ପନିପରିବା ବିକ୍ରୟ କରିବା ପରେ ସେ ଘରକୁ ଯାଆନ୍ତି ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଅଧ୍ୟୟନ କରନ୍ତି। ସେ ଟଙ୍କା ସଞ୍ଚୟ କରି ନିଜର ଟ୍ୟୁସନ ସେଣ୍ଟର ଖୋଲିବାକୁ ଚାହୁଁଛନ୍ତି।

Share