Posted inଫୁରସତ

୪ଟି ବିଷୟରେ ମାଷ୍ଟର ଡିଗ୍ରୀ, କିନ୍ତୁ ଗଳିକୁ ଗଳି ବୁଲି ପରିବା ବିକୁଛନ୍ତି ପ୍ରଫେସର

ଚାରୋଟି ବିଷୟରେ ମାଷ୍ଟର ଡିଗ୍ରୀ। ଆଇନ୍‌ରେ ପିଏଚଡି କରିବା ପରେ ଯେକୌଣସି ସରକାରୀ ଚାକିର କରିବାକୁ ପସନ୍ଦ କରନ୍ତି। ଯେତେବେଳେ ସେହି ଚାକିରିରେ ପରିବାରର ଖର୍ଚ୍ଚ ପୂରଣ କରିବା କଷ୍ଟସାଧ୍ୟ ହୁଏ, ସେତେବେଳେ ବ୍ୟକ୍ତି ଜଣକ ଆଉ କିଛି କରିବାକୁ ପ୍ରସ୍ତୁତ ହୋଇଯାନ୍ତି। ପଞ୍ଜାବର ଡକ୍ଟର ସନ୍ଦୀପ ସିଂଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ୩୯ ବର୍ଷିୟ ସନ୍ଦୀପ ସିଂ ପଟିଆଲା ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଚୁକ୍ତିଭିତ୍ତିକ ପ୍ରଫେସର ଥିଲେ। ପରିସ୍ଥିତି ଯୋଗୁ ତାଙ୍କୁ ଚାକିରି ଛାଡ଼ି ଟଙ୍କା ରୋଜଗାର କରିବା ପାଇଁ ପନିପରିବା ବିକ୍ରି ଆରମ୍ଭ କରିବାକୁ ପଡ଼ିଲା।
ସନ୍ଦୀପ ସିଂ ୧୧ ବର୍ଷ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରେ ଚୁକ୍ତିଭିତ୍ତିକ ପ୍ରଫେସର ଥିଲେ। ପଞ୍ଜାବୀ, ସାମ୍ବାଦିକତା ଏବଂ ରାଜନୈତିକ ବିଜ୍ଞାନ ସମେତ ଚାରିଟି ମାଷ୍ଟର ଡିଗ୍ରୀ ସହିତ ସେ ଆଇନରେ ପିଏଚଡି କରିଛନ୍ତି ଏବଂ ସେ ବର୍ତ୍ତମାନ ମଧ୍ୟ ଅଧ୍ୟୟନ କରୁଛନ୍ତି। କୁହାଯାଉଛି ଯେ, ଦରମା କାଟ ଏବଂ ଅନିୟମିତ ଦରମା ଭଳି ବାଧାବିଘ୍ନର ସମ୍ମୁଖୀନ ହେବା ପରେ ସନ୍ଦୀପ ଚାକିରି ଛାଡ଼ିଥିଲେ। ସେ କହିଛନ୍ତି, ମୋତେ ଚାକିରି ଛାଡ଼ିବାକୁ ପଡ଼ିଲା କାରଣ ମୁଁ ମୋର ଦରମା ଠିକ ସମୟରେ ପାଇ ନ ଥିଲି ଏବଂ ବାରମ୍ବାର ଦରମା କାଟ ହେଉଥିଲା। ସେହି ଚାକିରିରୁ ବଞ୍ଚିବା ମୋ ପାଇଁ କଷ୍ଟସାଧ୍ୟ ହୋଇଗଲା, ତେଣୁ ମୁଁ ଏବଂ ମୋ ପରିବାର ପୋଷିବା ପାଇଁ ପନିପରିବା ବିକ୍ରୟ କରିବା ଆରମ୍ଭ କଲ।
‘PHD Sabziwala’ ଲେଖି ସେ ସାଇକେଲ୍‌ରେ ପ୍ରତିଦିନ ପନିପରିବା ବିକ୍ରି କରନ୍ତି। ଗଳିକୁ ଗଳି ବୁଲି ପନିପରିବା ବିକ୍ରି କରୁଥିବା ସନ୍ଦୀପ କହିଛନ୍ତି, ପନିପରିବା ବିକ୍ରୟ କରି ସେ ଚୁକ୍ତିଭିତ୍ତିକ ପ୍ରଫେସର ଭାବରେ ଯେତିକି ରୋଜଗାର କରୁଥିବେ ତା’ଠାରୁ ଅଧିକ ରୋଜଗାର କରୁଛନ୍ତି। ପନିପରିବା ବିକ୍ରୟ କରିବା ପରେ ସେ ଘରକୁ ଯାଆନ୍ତି ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଅଧ୍ୟୟନ କରନ୍ତି। ସେ ଟଙ୍କା ସଞ୍ଚୟ କରି ନିଜର ଟ୍ୟୁସନ ସେଣ୍ଟର ଖୋଲିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri