ଭାରତରେ ପ୍ରାୟ ୩୬% ମୃତ୍ୟୁ ହୃଦ୍‌ରୋଗ ଜନିତ

ଭୁବନେଶ୍ୱର, ୩।୨ (ବ୍ୟୁରୋ):ଶ୍ରୀ ସତ୍ୟ ସାଇ ସେବା ଅର୍ଗାନାଇଜେଶନ ଓ ଶ୍ରୀ ଜଗନ୍ନାଥ ସର୍ଭିସ ଫାଉଣ୍ଡେଶନ ପକ୍ଷରୁ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍‌ରେ ସିପିଆର୍‌ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ଏହି ତାଲିମ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ହୃଦ୍‌ରୋଗ ସାରା ବିଶ୍ୱରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ। ଭାରତରେ ପ୍ରାୟ ୩୬ ପ୍ରତିଶତ ମୃତ୍ୟୁ ହୃଦ୍‌ରୋଗ ଜନିତ ହୋଇଥିବାବେଳେ ତନ୍ମଧ୍ୟରୁ ୮୦ ପ୍ରତିଶତକୁ ପ୍ରତିରୋଧ କରାଯାଇପାରିବ। ଆକଳନ ଅନୁସାରେ ଭାରତରେ ପ୍ରତିବର୍ଷ ୧ ଲକ୍ଷରେ ୪୨ ଶହରୁ ଅଧିକ ଲୋକଙ୍କର ହୃଦ୍‌ଘାତ ହୋଇଥିବାବେଳେ ତନ୍ମଧ୍ୟରୁ ୧୦ ପ୍ରତିଶତରେ ବଞ୍ଚତ୍ବାର ଆଶା ଥାଏ। ଏମାନଙ୍କ କ୍ଷେତ୍ରରେ ସିପିଆର୍‌ ବେଶ୍‌ ଗୁରୁତ୍ୱ ବହନ କରେ। ସିପିଆର୍‌ ହେଉଛି ଏକ କୌଶଳ ବା ଉଚଜ ପଦ୍ଧତି ଯାହା ହୃଦ୍‌ଘାତ ଭଳି ଜରୁରିକାଳୀନ ସମୟରେ ଜଣେ ବ୍ୟକ୍ତିର ଜୀବନ ରକ୍ଷା କରିଥାଏ। ତେଣୁ ଏପରି ପ୍ରଶିକ୍ଷଣର ଜରୁରୀ ଆବଶ୍ୟକତା ରହଛି। ଓଡିଶାରେ ୨୦୨୫ ସୁଦ୍ଧା ୨ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ଉଚଜ ତାଲିମ ଦେଇ ଲକ୍ଷ ଲକ୍ଷ ଲୋକଙ୍କୁ ହୃଦ୍‌ଘାତ ଭଳି ଆକସ୍ମିକ ମୃତ୍ୟୁରୁ ରକ୍ଷା କରିବାର ସାମର୍ଥ୍ୟ ପ୍ରଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାର ପ୍ରାଥମିକ ପଦକ୍ଷେପ ସ୍ବରୂପ ଏଭଳି ଏକ ଗଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୨ହଜାର ସ୍ବେଚ୍ଛାସେବୀ ତାଲିମ୍‌ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ପ୍ରାୟ ୧୦୦୦ ପୋଲିସ୍‌ ଓ ୬୦୦ ଯୁବକ କଲେଜ ଛାତ୍ରୀ ରହିଛନ୍ତି। ଆୟକର ବିଭାଗର ପ୍ରମୁଖ ନିର୍ଦ୍ଦେଶକ (ତଦନ୍ତ) କୃଷ୍ଣ କିଶୋର ଯଷ୍ଟି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନ୍ତର୍ଜାତୀୟ ଉଚଜ ବିଶେଷଜ୍ଞ ଡ. ଭେସୁରି ଏସ୍‌. ଏନ୍‌. ମୂର୍ତ୍ତି ଉଚଜ ପଦ୍ଧତିର ଏକ ନମୁନା ଉପସ୍ଥାପନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଆମେରିକା ଓ ଭାରତରୁ ଆସିଥିବା ବିଶିଷ୍ଟ ଡାକ୍ତର ବିଶେଷଜ୍ଞମାନେ ଏହି ଅବସରରେ ସେମାନଙ୍କର ଉପସ୍ଥାପନା ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri