ଆର୍ଜେଣ୍ଟିନାରେ ଗର୍ଭପାତକୁ ଅନୁମତି

ବୁଏନ୍ସ ଏରିସ୍‌, ୩୧ା୧୨: ପ୍ରସବ ପାଇଁ ଇଚ୍ଛା କରୁ ନ ଥିବା ମହିଳା ଗର୍ଭପାତ କରାଇଲେ ତାହା ଆଇନସମ୍ମତ। ଏ ସଂକ୍ରାନ୍ତ ବିଲ୍‌ ଆର୍ଜେଣ୍ଟିନା ସିନେଟ୍‌ରେ ଅନୁମୋଦିତ ହୋଇଛି। ଦଶନ୍ଧି ଧରି ମହିଳାଙ୍କ ଏହି ଅଧିକାର ପାଇଁ ଦାବି ରଖି ଆସୁଥିବା ସଙ୍ଗଠନଗୁଡ଼ିକ ପକ୍ଷରୁ ଉତ୍ସବ ପାଳନ କରାଯାଇଛି। ଗର୍ଭଧାରଣର ୧୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଯାଇପାରିବ। ବଳାତ୍କାର ପୀଡ଼ିତା କିମ୍ବା ପ୍ରସବ ପରେ ମା’ଙ୍କ ଜୀବନ ପ୍ରତି ବିପଦ ଥିବା ମାମଲାରେ ମଧ୍ୟ ଆବର୍ସନକୁ ଅନୁମତି ମିଳିଛି। ଏହି ବିଲ୍‌ ପୂର୍ବରୁ ଆର୍ଜେଣ୍ଟିନା ଚାମ୍ବର ଅଫ୍‌ ଡେପୁଟି ଦ୍ୱାରା ଅନୁମୋଦିତ ହୋଇଛି। ରାଷ୍ଟ୍ରପତି ଆଲବର୍ଟ ଫର୍ନାଣ୍ଡିଜ୍‌ ଏହାକୁ ସମର୍ଥନ କରିଛନ୍ତି।

Share