ବିମାନ ଯାତ୍ରୀଙ୍କ ଘୃଣ୍ୟ କାର୍ଯ୍ୟ

ଓ୍ବାଶିଂଟନ୍‌,୪ା୧: ବିମାନ ଯାତ୍ରାବେଳେ ଆଚରଣ କିପରି ହେବା କଥା ତାହା ଅନେକ ଯାତ୍ରୀ ଭୁଲିଗଲେଣି। ସେମାନେ ନିଜ ନଖରେ ନେଲ୍‌ ପଲିସ୍‌ ଲଗାଇବାଠୁ ନେଇ ୩୫,୦୦୦ ଫୁଟ୍‌ ଉଚ୍ଚତାର ଫ୍ଲୋରରେ ଶୌଚହେବା ପର୍ଯ୍ୟନ୍ତ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ବିମାନରେ ଯାତ୍ରୀଙ୍କ ଶିଷ୍ଟାଚାର ବିଫଳତାର କେତେକ ନିକୃଷ୍ଟତମ ନମୁନା ଏଠାରେ ଉଲ୍ଲେଖ କରାଗଲା।

ଚେକ୍‌ ଗଣତନ୍ତ୍ରର ରାଜଧାନୀ ପ୍ରାଗ୍‌ ଅଭିମୁଖେ ଯାଉଥିବା ଏକ ବିମାନର ବଜେଟ କ୍ଲାସ୍‌ରେ ଯାତ୍ରୀମାନେ ବିବାହ ସେଲିବ୍ରେଶନ କରିବାକୁ ଯାଇ ଜଗରମେଇଷ୍ଟର ପାନ ପୂର୍ବକ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଆଜିକାଲି ସୁଉଚ୍ଚ ଆକାଶରେ ଉଡ଼ାଣ ବେଳେ ଏଭଳି ଦୁର୍ବ୍ୟବହାର କରୁଥିବା ଲୋକଙ୍କ ତାଲିକା ଲମ୍ବିବାରେ ଲାଗିଛି। ଏହି ସୂଚୀରେ ସଦ୍ୟ ଯୋଡ଼ି ହୋଇଯାଇଛନ୍ତି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ରବର୍ଟ ଏଫ୍‌. କେନେଡି ଜୁନିୟର। ରବର୍ଟ ଏକ ବିମାନର ବାଥ୍‌ରୁମକୁ ଖାଲିପାଦରେ ଚାଲିକି ଯାଉଥିବାବେଳେ ଅନ୍ୟମାନଙ୍କୁ ଘୃଣିତ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। ସେହିପରି ଜଣେ କମ୍‌ ଜଣାଶୁଣା ବ୍ୟକ୍ତି ଏକ ବିମାନ ବାହାରର ଫଟୋ ଉଠାଇବାକୁ ଯାଇ ଓ୍ବିଣ୍ଡୋ ସିଟ୍‌ରେ ବସିଥିବା ମହିଳାଙ୍କ ଉପରକୁ ଢଳିଯାଇଥିଲେ।
ଦଶନ୍ଧି ପୂର୍ବରୁ ଖରାପ ବ୍ୟବହାର ଦେଖାଉଥିବା ଯାତ୍ରୀଙ୍କ ବିରୋଧରେ ସହଯାତ୍ରୀମାନେ ଅଭିଯୋଗ କଲେ ହିଁ ତା’ର ବିଚାର ହେଉଥିଲା। ଆଜିକାଲି ଯାତ୍ରୀ ଘଟାଉଥିବା ଅପରାଧର ଫଟୋ ଓ ଭିଡିଓ ନିଆଯାଇପାରୁଛି। ସେଗୁଡ଼ିକ ସୋସିଆଲ ମିଡିଆ ଜରିଆରେ ଇଣ୍ଟରନେଟ୍‌ରେ ବହୁଳ ପ୍ରସାର ଲାଭ କରୁଥିବାରୁ ସମ୍ପୃକ୍ତ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ୁଛି। ସବୁଠୁ ଖରାପ ଅପରାଧ ବ୍ୟତୀତ ନିଶାସକ୍ତ ହୋଇ ମାରପିଟ କିମ୍ବା ଜାତିଆଣ ଆକ୍ଷେପ କରିବା ଏପରି କି କ୍ୟାବିନ୍‌ କ୍ରିଉଙ୍କୁ ଆକ୍ରମଣ କରିବା ଭଳି ଯାତ୍ରୀଙ୍କ ଦୁର୍ବ୍ୟବହାରର ଅଗଣିତ ଉଦାହରଣ ରହିଛି। ଏଭଳି ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯିବା ସମ୍ଭବ ହେଉ ନ ଥିବାରୁ ସେମାନଙ୍କ ସହ ଦୁର୍ଭାଗ୍ୟବଶତଃ ସମାନ କ୍ୟାବିନ୍‌ରେ ଯାତ୍ରା କରୁଥିବା ଅନ୍ୟମାନେ କ୍ରୋଧିତ ହୋଇଯାଆନ୍ତି। ଗତ କିଛି ବର୍ଷରେ ବିମାନ ଯାତ୍ରାବେଳେ ମାନବ ଜାତି ବିରୋଧରେ ସବୁଠୁ ନିକୃଷ୍ଟ ଅପରାଧଗୁଡ଼ିକୁ ଯୋଡ଼ି ଦେଖିଲେ ଭ୍ରୂକୁଞ୍ଚନ ସୃଷ୍ଟିକାରୀ ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସିଥାଏ।

ହେୟାର ହାରାସ୍‌ମେଣ୍ଟ

ଲମ୍ବା ଚୁଟି ରଖିଥିବା ଯାତ୍ରୀମାନେ ନିଜ କେଶକୁ ସେମାନଙ୍କ ସିଟ୍‌ ପଛକୁ କରିଦେବା ଏକ ବିରକ୍ତିକର ବ୍ୟବହାର। ବିଶେଷକରି ଯାତ୍ରାବେଳେ ବାରମ୍ବାର ଏପରି ହେଲେ ଆହୁରି ଖରାପ ଲାଗିଥାଏ। ଏନେଇ ବିମାନ ଯାତ୍ରୀ ବେଞ୍ଜାମିନ୍‌ ପାର୍କର ନିଜ ତିକ୍ତ ଅନୁଭୂତିର ଅବତାରଣା କରିଛନ୍ତି। ବେଞ୍ଜାମିନ୍‌ କହିଛନ୍ତି, ଏକଦା ଯାତ୍ରାବେଳେ ସେ ଅନେକ ଥର ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଗ ସିଟ୍‌ରେ ବସିଥିବା ଯାତ୍ରୀଙ୍କ ଚୁଟିକୁ ହଟେଇଦେବା ବ୍ୟତୀତ ଅନ୍ୟ କିଛି ଉପାୟ ନ ଥିଲା ତାଙ୍କର। ବିମାନରେ ରାତ୍ରିଭୋଜନର ଚିକେନ୍‌ ଓ ଆଳୁରେ ଜଣେ ଯାତ୍ରୀଙ୍କ ଚୁଟି ଲାଗିଯାଇଥିଲା। ସେ ବାଧ୍ୟହୋଇ ବିରକ୍ତି ପ୍ରକାଶ କରିଥିଲେ। କିନ୍ତୁ ଟ୍ରେ ଉପରେ ଯାତ୍ରୀଙ୍କ କେଶ ପୁଣି ଥରେ ପଡ଼ିଯାଇଥିଲା।

ଫୁଟ୍‌ଲୁଜ୍‌ (ଦାୟିତ୍ୱହୀନ ଚାଲି)

ଆମେରିକୀୟ ରାଜନେତା ରବର୍ଟ ଏଫ୍‌ କେନେଡି ଜୁନିୟର ନିକଟରେ ଏକ ବିମାନ ଟଏଲେଟ୍‌କୁ ଖାଲିପାଦରେ ଯାଇ ବିବାଦୀୟ ହୋଇଥିଲେ। ଡେମୋକ୍ରାଟ୍‌ ରବର୍ଟ ହେଉଛନ୍ତି ଆମେରିକାର ୩୫ତମ ରାଷ୍ଟ୍ରପତି ଜନ୍‌ ଏଫ୍‌. କେନେଡିଙ୍କ ପୁତୁରା। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇଛନ୍ତି। ସେ ବିନା ଜୋତାରେ ବିମାନ ଭିତରେ ବୁଲିବାବେଳର ଫଟୋ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।
ଇନ୍‌ଷ୍ଟିଚ୍ୟୁଟ୍‌ର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ଷ୍ଟପିଙ୍ଗ୍‌ସୋସିଆଲିଜମ୍‌ ଡଟ୍‌ କମ୍‌ ମୁଖ୍ୟ ସମ୍ପାଦକ ଜଷ୍ଟିନ୍‌ ହସ୍କିନ୍ସ ନିକଟରେ ଫାଷ୍ଟକ୍ଲାସ୍‌ ଟ୍ରିପ୍‌ରେ ଯାତ୍ରା ବେଳର ନିଜ ଅଡ଼ୁଆ ଅନୁଭୂତି ବଖାଣିଛନ୍ତି। ଜଷ୍ଟିନ୍‌ କହିଛନ୍ତି, ତାଙ୍କ ସାମ୍ନା ସିଟ୍‌ରେ ବସିଥିବା ଜଣେ ଯାତ୍ରୀଙ୍କୁ ସେ ରବର୍ଟ ବୋଲି ମନେକରିଥିଲେ। ବ୍ୟକ୍ତି ଜଣକ ବାଥ୍‌ରୁମ ଆଡ଼କୁ ଯାଉଥିବାବେଳେ ପାଦରେ ଜୋତା କି ମୋଜା ନ ଥିଲା। ଫ୍ଲୋର୍‌ରେ ଖାଦ୍ୟ ବିଛାଡ଼ିହୋଇ ପଡ଼ିଥିଲା। ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ବ୍ୟକ୍ତି ପ୍ଲେନ୍‌ର ଫାଷ୍ଟ କ୍ଲାସ୍‌ରେ ଏପରି କରିପାରନ୍ତି। ଏହା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ପଛରୁ ଗୋଇଠା

ବିମାନ ଯାତ୍ରୀ ନାଟାଲିଏ ଓ୍ବିଲ୍‌ସନ୍‌ ଝିଅଙ୍କ ଛୁଟିଦିନରେ ର଼୍ୟାନ୍‌ଏୟାର ପ୍ଲେନ୍‌ରେ ନିଜ ବାନ୍ଧବୀଙ୍କ ସହ କ୍ରୋଏସିଆକୁ ଯାଉଥିଲେ। ସେମାନଙ୍କୁ ସ୍ବଳ୍ପବୟସ୍କ ପିଲାଙ୍କ ଧାଡ଼ି ସାମ୍‌ନାରେ ବସାଯାଇଥିଲା। ୨ ଘଣ୍ଟା ୨୦ ମିନିଟ୍‌ର ଯାତ୍ରାବେଳେ ଭବିଷ୍ୟତରେ ଭଲ ଫୁଟ୍‌ବଲ ଖେଳାଳି ହେବାକୁ ଆଶା ରଖିଥିବା ଏହି ପିଲାମାନେ ସେମାନଙ୍କ ପିଠିରେ ମସାଜ୍‌ କରିବାରେ ଲାଗିଥିଲେ। ମନେହେଉଥିଲା, ମା’ମାନେ ସେମାନଙ୍କୁ ଶିଖାଇଥିବା ଭଦ୍ରାମିର କୌଣସି ପ୍ରଭାବ ପିଲାଙ୍କ ଉପରେ ପଡ଼ିନାହିଁ। ନାଟାଲିଏ ସମ୍ପୂର୍ଣ୍ଣ ଯାତ୍ରାବେଳେ ତାଙ୍କ ମୁଣ୍ଡକୁ ପଛରୁ ଗୋଇଠା ମାରୁଥିବା ପିଲା ଓ ସେମାନଙ୍କ ରିଙ୍ଗ୍‌ଲିଡର ‘ସେଲ୍‌ଓ୍ବିନ୍‌’ଙ୍କୁ ଅଭିଶାପ ଦେଇଚାଲିଥିଲେ।

ନେଲ୍‌ ପଲିସ୍‌

ନିକଟରେ ଜଣେ ମହିଳା ବିମାନ ଯାତ୍ରୀ ନିଜ ନଖରେ ନେଲ୍‌ ପଲିସ୍‌ ଲଗାଉଥିଲେ। ସେ ସାଙ୍ଗରେ ବିୟର ମଧ୍ୟ ନେଇଥିଲେ। ଜଣେ ସହଯାତ୍ରୀ ଏହାର ଫଟୋ ଉଠାଇଥିଲେ, ଯାହାକୁ ଆଭିଏଶନ୍‌ ରାଇଟର ଜେଟି ଜେଣ୍ଟର ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ଶେୟାର କରିଥିଲେ। ସେଥିରେ ସେ ଲେଖିଥିଲେ- ନେଲ୍‌ ପଲିସ୍‌ ୟୁଜର୍ସ, ଆପଣ ଏକ ଆବଦ୍ଧ ସ୍ଥାନରେ ଥିବା ଯାଏ ଦୟାକରି ଅପେକ୍ଷା କରନ୍ତୁ ନାହିଁ। ଆମ ମଧ୍ୟରୁ ଅନେକେ ଏଭଳି ବିଷାକ୍ତ ଗନ୍ଧକୁ ସହ୍ୟ କରିପାରୁ ନାହୁଁ। ଆପଣ ସାଙ୍ଗରେ ଏଫ୍‌ଓ୍ବାଇଆଇ ଆଲ୍‌କୋହଲ ଡ୍ରିଙ୍କ୍‌ସ ବିମାନକୁ ନେଇ ଯାଇଥିବା ମଧ୍ୟ ଆଇନ ସମ୍ମତ ନୁହେଁ। ତେବେ ଫଟୋଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସମ୍ପୃକ୍ତ ମହିଳା ଯାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ହଟହଟା ହେବାକୁ ପଡ଼ିଥିଲା।

ଧୂମପାନ

୨୦୨୨ ଡିସେମ୍ବରରେ ଜଣେ ବିମାନ ଯାତ୍ରୀ ପକେଟରୁ ସିଗାରେଟ୍‌ ଓ ଲାଇଟର ବାହାର କଲେ। ସେ ସିଗାରେଟ୍‌ରେ ନିଅଁା ଲଗାଇବାକୁ ଯାଉଥିବାବେଳେ ଜଣେ ସୁନ୍ଦରୀ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ତାଙ୍କ ହାତରୁ ସିଗାରେଟ୍‌ ଛଡ଼ାଇନେଇଥିଲେ। ଏହି ଦୃଶ୍ୟକୁ ଜଣେ ସହଯାତ୍ରୀ ନିଜ କ୍ୟାମେରାରେ କଏଦ୍‌ କରିଥିତ୍ଲେ। ଫଟୋଟି ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା।

ଟଏଲେଟ୍‌ ଟ୍ରବୁଲ

ଗତ ଅକ୍ଟୋବରରେ ଲଣ୍ଡନ ଯାଉଥିବା ଇଜିଜେଟ୍‌ ବିମାନର ଟଏଲେଟ୍‌ ଫ୍ଲୋର୍‌ରେ ଜଣେ ଯାତ୍ରୀ ଝାଡ଼ା କରିଦେଇଥିଲେ। ଫଳରେ ଉକ୍ତ ବିମାନର ଉଡ଼ାଣକୁ ସ୍ଥଗିତ ରଖାଯାଇଥିବା ପାଇଲଟ୍‌ ଘୋଷଣା କରିଥିଲେ। କ୍ଷୁବ୍ଧ ଯାତ୍ରୀମାନେ ଟେନେରିଫେରେ ଅଧିକ ଗୋଟିଏ ରାତି ରହିବାକୁ ବାଧ୍ୟ ହୋଇଥିଲେ। ଏକ୍ସ’ରେ ଶେୟାର କରାଯାଇଥିବା ଏକ ଭିଡିଓରେ ଦେଖାଯାଇଥିଲା, ବିମାନର ପାଇଲଟ୍‌ କହୁଥିଲେ-ଆମକୁ ଏଠାରେ ରାତିଟିଏ ରହିବାକୁ ପଡ଼ିବ। ଯେଉଁମାନଙ୍କର ଶୌଚ ହେବାର ଅଛି ସେମାନେ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri