Posted inଖେଳ

ହଟିବ ଦ୍ୱିପାକ୍ଷିକ ସିରିଜ୍‌, ବର୍ଷକୁ ଥରେ ବିଶ୍ୱକପ୍‌

ଲଣ୍ଡନ, ୧୩ା୭ (ପି.ଟି.): କ୍ରିକେଟକୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବା ପାଇଁ ଓ ଏହାକୁ ଅଧିକ ଲୋକପ୍ରିୟ କରିବା ଲାଗି କ୍ରିକେଟର ନିୟମ ପ୍ରଣେତା ମେରିଲ୍‌ବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି) ପକ୍ଷରୁ କିଛି ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁସାରେ ଟେଷ୍ଟ କ୍ରିକେଟ ଓ ମହିଳା କ୍ରିକେଟ ପାଇଁ ଅତିରିକ୍ତ ଫଣ୍ଡିଂ ରଖାଯିବ। ଏହା ସହିତ ୨୦୨୭ ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟରେ ଖର୍ଚ୍ଚକାଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏମ୍‌ସିସିର ୧୩ ଜଣିଆ ସଦସ୍ୟ ଲଡର୍‌ସରେ ଏକ ବୈଠକରେ ଯୋଗ ଦେବା ପରେ ଏହି ପ୍ରସ୍ତାବ ଦିଆଯାଇଛି। ଏହା ସହିତ ୨୦୨୭ ପରେ ଦିନିକିଆ ଦ୍ୱିପାକ୍ଷିକ ସିରିଜ୍‌ ବନ୍ଦ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହା ସହିତ ପ୍ରତି ବର୍ଷରେ ଥରେ ଲେଖାଏ ବିଶ୍ୱକପ ଆୟୋଜନ କରିବା ପାଇଁ ଏମ୍‌ସିସି ପ୍ରସ୍ତାବ ଦେଇଛି। ବିଭିନ୍ନ ଦେଶର ଘରୋଇ ଟି୨୦ ଲିଗ୍‌ ଲୋକପ୍ରିୟ ହେଉଥିବା କାରଣରୁ ଦିନିକିଆ କ୍ରିକେଟର ଲୋକପ୍ରିୟତା ବଜାୟ ରଖିବା ପାଇଁ ଏମ୍‌ସିସି ଏଭଳି ପ୍ରସ୍ତାବ ଦେଇଛି। ଦିନିକିଆ ବିଶ୍ୱକପ୍‌ ବାଦ ଖେଳା ଯାଉଥିବା ଦିନିକିଆ ଟୁର୍ନାମେଣ୍ଟକୁ ନେଇ ମଧ୍ୟ କମିଟି ପ୍ରଶ୍ନ ଉଠାଇଛି। ୨୦୨୭ ପରେ ଏହାକୁ ହ୍ରାସ କରିବା ପାଇଁ ଏମ୍‌ସିସି ନିଜ ଓ୍ବେବସାଇଟ୍‌ରେ ଉଲ୍ଲେଖ କରିଛି। ଦିନିକିଆ କ୍ରିକେଟର ସ୍ଥାୟିତ୍ୱ ବଜାୟ ରଖିବା ପାଇଁ ଏଭଳି ସଂଶୋଧନ ଆବଶ୍ୟକ ବୋଲି ଏମ୍‌ସିସି କହିଛି।
କ୍ରିକେଟ୍‌ର ୫ ଦିନିଆ ଫର୍ମାଟ ଟେଷ୍ଟ କ୍ରିକେଟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଇସିସି ଅଧିକ ଫଣ୍ଡ ରିଲିଜ୍‌ କରିବା ଉପରେ ମଧ୍ୟ ଏମ୍‌ସିସି ଗୁରୁତ୍ୱ ଦେଇଛି। ସମଗ୍ର ବିଶ୍ୱରେ ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବାର ଏହା ଏକମାତ୍ର ମାଧ୍ୟମ ବୋଲି ଏମ୍‌ସିସି କହିଛି। ଅନେକ ରାଷ୍ଟ୍ର ଟେଷ୍ଟ ମ୍ୟାଚ୍‌ ଆୟେଜନ କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଏହାର ମୂଳ କାରଣ ନିର୍ଦ୍ଧାରଣ କରିବା ଉପରେ ଏମ୍‌ସିସି ଗୁରୁତ୍ୱାରୋପ କରିଛି। ଗୋଟିଏ ଟେଷ୍ଟ ମ୍ୟାଚ ଆୟୋଜନରେ କେତେ ଖର୍ଚ୍ଚ ହେଉଛି ତା ଉପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ଆବଶ୍ୟକ ବୋଲି କହିଛି ଏମ୍‌ସିସି। ଏହା ସହିତ ସହଯୋଗୀ ରାଷ୍ଟ୍ରଗୁଡିକରେ ମଧ୍ୟ ଟେଷ୍ଟ କ୍ରିକେଟକୁ ପହଞ୍ଚାଇବାର ସମୟ ଉପନୀତ ବୋଲି କୁହାଯାଇଛି।
ସମଗ୍ର ବିଶ୍ୱରେ ମହିଳା କ୍ରିକେଟର ସ୍ଥିତି ଏତେ ଭଲ ନ ଥିବା ବେଳେ ଏହାକୁ ଉନ୍ନତ କରିବା ପାଇଁ ପ୍ରସ୍ତାବ ଦେଇଛି ଏମ୍‌ସିସି। ପୂର୍ଣ୍ଣକାଳୀନ ସଦସ୍ୟଙ୍କ ସହିତ ସହଯୋଗୀ ରାଷ୍ଟ୍ରମାନଙ୍କୁ ଅଧିକ ଫଣ୍ଡ ଦେଲେ ମହିଳା କ୍ରିକେଟ ଲୋକପ୍ରିୟ ହୋଇପାରିବ ବୋଲି ଏମ୍‌ସିସି ପକ୍ଷରୁ କୁହାଯାଇଛି। ଏହା ସହିତ ପୂର୍ଣ୍ଣକାଳୀନ ସଦସ୍ୟ ହେବା ପାଇଁ ଉଭୟ ପୁରୁଷ ଓ ମହିଳା କ୍ରିକେଟରେ ନିବେଶ କରିବା ପାଇଁ ନିୟମ ଅଣାଯିବା ଆବଶ୍ୟକ ବୋଲି କୁହାଯାଇଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ୍‌ ଗ୍ୟାଟିଙ୍ଗ ଏହି କମିଟିର ମୁଖ୍ୟ ରହିଥିବା ବେଳେ ଭାରତର ସୌରଭ ଗାଙ୍ଗୁଲି ଓ ଝୁଲଣ ଗୋସ୍ବାମୀ ଏହି କମିଟିର ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri