ଆଭୂଷଣ ଫ୍ୟାଶନ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୧।୮: ରାଜ୍ୟର ସର୍ବବୃହତ୍‌ ୧ଗ୍ରାମ୍‌ ଗୋଲ୍‌ଡ ଆଣ୍ଡ ଫ୍ୟାଶନ ଜୁଏଲେରି ଶୋ’ରୁମ୍‌ ତଥା ଆଭୂଷଣ ଫ୍ୟାଶନ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ଫୋରମ ମାର୍ଟଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଆଭୂଷଣ ପକ୍ଷରୁ ଏକ ସ୍ବତନ୍ତ୍ର ଉଦ୍‌ଘାଟନୀ ଉତ୍ସବର ଆୟୋଜନ ଫୋରମ ମାର୍ଟ ଶପ୍‌ ନଂ. ୫ରେ କରାଯାଇଥିଲା। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୋକପ୍ରିୟ ଓଡ଼ିଆ ଆଙ୍କର ସୁଜିତ ପାଇକରାୟଙ୍କ ସମେତ ଆଉଟ୍‌ଲେଟ୍‌ର ସ୍ବତ୍ୱାଧିକାରୀ ବିଶ୍ୱଜିତ ମହାନ୍ତି ଏବଂ ରାଜେଶ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଆଭୂଷଣ ଫ୍ୟାଶନ ଜୁଏଲର୍ସରେ ସବୁ ବର୍ଗର ୧ ଗ୍ରାମ୍‌ ଗୋଲ୍‌ଡ ଅଳଙ୍କାର ସାଙ୍ଗକୁ ଉଭୟ ଘରୋଇ ଓ ପାର୍ଟିଭିତ୍ତିକ ଫ୍ୟାଶନ ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ। ୩୫୦୦ ବର୍ଗ ଫୁଟ ପରିବ୍ୟାପ୍ତ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ଶୋ’ରୁମ୍‌ରେ ୫୦ ଟଙ୍କାରୁ ଆରମ୍ଭକରି ପ୍ରାୟ ୨୫,୦୦୦ ଟଙ୍କା ମୂଲ୍ୟର ୧ ଗ୍ରାମ୍‌ ଗୋଲ୍‌ଡ ଆଣ୍ଡ ଫ୍ୟାଶନ ଗହଣା ଉଭୟ ପୁରୁଷ ଓ ମହିଳା ଏପରିକି ଶିଶୁମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଡିଜାଇନର ଅଳଙ୍କାର ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri