ଅଭିତାଭ-ରେଖାଙ୍କ ପ୍ରଥମ ଫିଲ୍ମ ହୋଇନାହିଁ ରିଲିଜ, ଜାଣନ୍ତୁ କାରଣ…

ମୁମ୍ବାଇ: ବଲିଉଡ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ଏହି ଯୋଡି ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ପରଦାରେ ଅମିତାଭ ଏବଂ ରେଖାଙ୍କ କେମେଷ୍ଟ୍ରି ଚମତ୍କାର ଥିଲା। ଏହି ଦୁଇଜଣଙ୍କର ପ୍ରଥମ ୧୯୭୬ ଚଳଚ୍ଚିତ୍ର ‘ଦ ଅଞ୍ଜାନେ’ବୋଲି କୁହାଯାଏ। ହେଲେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଏହାର ୪ ବର୍ଷ ପୂର୍ବରୁ ୧୯୭୨ରେ , ଉଭୟ ଏକାଠି ଏକ ଫିଲ୍ମ ପାଇଁ ସାଇନ୍‌ କରିଥିଲେ। ଯାହା କେବେ ବି ରିଲିଜ ହୋଇନାହିଁ। ଏକ ରିପୋର୍ଟ ଅନୁଯାୟୀ, ରେଖା ଏବଂ ଅମିତାଭ ପ୍ରଥମେ ନିର୍ମାତା ଜିଏମ ରୋଶନ ଏବଂ ନିର୍ଦ୍ଦେଶକ କୁନ୍ଦନ କୁମାରଙ୍କ ‘ଅପନେ ପରାୟା’ନାମକ ଏକ ଫିଲ୍ମରେ ଦସ୍ତଖତ କରିଥିଲେ। ଏହି ଚଳଚ୍ଚିତ୍ରର ଅନେକ ସିନ୍‌ ଶଟିଂ କରାଯାଇଥିଲା। କୁହାଯାଏ ଯେ ନିର୍ମାତାଙ୍କ ପାଖରେ ଅଧିକ ଟଙ୍କା ନ ଥିଲା ଏବଂ ଆସ୍ତେ ଆସ୍ତେ ଶୁଟିଂ କରୁଥିଲେ। ଏପଟେ ଅମିତାଭ ଏବଂ ରେଖା ମଧ୍ୟ ପ୍ରସିଦ୍ଧ ହେବାକୁ ଲାଗିଲେ। ଏହି ସମୟରେ ଅମିତାଭ ରେଖାଙ୍କୁ ଆହୁରି ଅନେକ ବଡ଼ ପ୍ରକଳ୍ପ ମିଳିଥିଲା, କିନ୍ତୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଅପନେ ପରାୟା’ବନ୍ଦ ହୋଇଗଲା। ନିର୍ଦ୍ଦେଶକ ଅମିତାଭଙ୍କୁ ଫିଲ୍ମରୁ ହଟାଇ ଦେଇଥିଲେ କିନ୍ତୁ ରେଖା ମୁଖ୍ୟ ଭୂମିକାରେ ରହିଥିଲେ। ଏହା ପରେ ସେ ଅମିତାଭ ବଚ୍ଚନଙ୍କ ସ୍ଥାନରେ ସଞ୍ଜୟ ଖାନଙ୍କୁ କାଷ୍ଟ କରି ଫିଲ୍ମ ନିର୍ମାଣ କରିଥିଲେ। କେବଳ ଏତିକି ନୁହେଁ ଫିଲ୍ମର ଟାଇଟଲ ‘ଅପନେ ପରାୟା’ରୁ ‘ଦୁନିୟା କା ମେଲା’ରେ ପରିବର୍ତ୍ତନ କରାଯାଇଥିଲା।

ଅମିତାଭ ଏବଂ ରେଖାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଦ ଅଞ୍ଜାନେ’ ଏବଂ ଶେଷ ଥର ୍‌‘ସିଲସିଲା’ରେ ରୂପା ପରଦାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଯଦିଓ ଫିଲ୍ମ ‘ସିଲସିଲା’ ପରଦାରେ ଫ୍ଲପ୍‌ ହୋଇଥିଲା, କିନ୍ତୁ ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ହୋଇପାରିଥିଲା।

Share