Categories: ଜାତୀୟ

ଅଭିଷେକଙ୍କୁ ୬ ଘଣ୍ଟା ଜେରା

କୋଲକାତା,୨୦।୫:ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କୁ ୬ ଘଣ୍ଟା ଜେରା କରିଛି। କୋଲକାତା ନିଜାମ ପ୍ୟାଲେସ୍‌ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଅଭିଷେକ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ଏକ ଚିଠି ଲେଖିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିବିଆଇ ଅଭିଷେକଙ୍କୁ ଜେରା କରିବା ନେଇ ହାଇକୋର୍ଟ ଅନୁମତି ଦେଇଥିବା ନିର୍ଦ୍ଦେଶକକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଚିଠି ଜରିଆରେ ଜଣାଇଛନ୍ତି। ଶିକ୍ଷକ ଦୁର୍ନୀତି ମାମଲାର ଆପରାଧିକ ଗତିବିଧି ସମ୍ପର୍କରେ ସିବିଆଇ ତଦନ୍ତ ଚଳାଇଥିବାବେଳେ ଏହାର ମନିଲଣ୍ଡରିଂ ମାମଲା ସମ୍ପର୍କରେ ଇଡି ଯାଞ୍ଚ ଚାଲୁରହିଛି। ଦୁର୍ନୀତି ମାମଲା ନେଇ ସିବିଆଇକୁ ମୋ ବିରୋଧରେ କୌଣସି ପ୍ରମାଣ ମିଳିଲେ ସେ ଗିରଫ ହେବାକୁ ପ୍ରସ୍ତୁତ ବୋଲି କିଛିଦିନ ପୂର୍ବେ ବାଙ୍କୁରାରେ ଏକ ଦଳୀୟ ରାଲିକୁ ସମ୍ବୋଧନ କରି ଅଭିଷେକ କହିଥିଲେ।

Share