ଖୁବ୍‌ଶୀଘ୍ର ହାତକୁ ଦୁଇହାତ ହେବାକୁ ଯାଉଛନ୍ତି ଏହି ଅଭିନେତା, ସରିଲା ନିର୍ବନ୍ଧ-ମେହେନ୍ଦି

ବମ୍ବେ: ହାତକୁ ଦୁଇହାତ ହେବେ ‘ୟେ ହେ ମୋହବତେ’ ଫ୍ରେମ୍‌ ଅଭିନେତା ଅଭିଷେକ ମଲିକ। ପ୍ରେମିକା ସୁହାନୀ ଚୌଧୁରୀଙ୍କୁ ବିବାହ କରିବେ ସେ। ଉତ୍ସବକୁ ନେଇ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ନିର୍ବନ୍ଧ ଶେଷ ହୋଇଥିବା ବେଳେ ମେହେନ୍ଦି ମଧ୍ୟ ସରିଛି। ଏହାର କିଛି ଫଟୋ ଅଭିନେତା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରୁ ଉଭୟଙ୍କ ଉତ୍ସାହ ସ୍ପଷ୍ଟ ବାରି ହେଉଛି। ପ୍ରେମିକାଙ୍କ ସହ ନିଜର ଫଟୋ ଶେୟାର କରି ଅଭିଷେକ ଲେଖିଛନ୍ତି, ସତ ପ୍ରେମକାହାଣୀର ଅନ୍ତ କେବେ ହୁଏନା। ଅଭିଷେକ ପେସାରେ ଜଣେ ଅଭିନେତା ହୋଇଥିବା ବେଳେ ସୁହାନୀ ଜଣେ ଷ୍ଟାଇଲିଷ୍ଟ। ତାଙ୍କର ନିଜର ବୁଟିକ୍‌ ରହିଛି। ଉଭୟ ଆଗାମୀ ଜୀବନକୁ ନେଇ ବେଶ ଆଗ୍ରହୀ ଥିବା ସେ କହିଛନ୍ତି।

Share