ଜେଲରେ ‘ଦଶଭି’ର ପ୍ରସ୍ତୁତି କରିବେ ଅଭିଶେକ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଶେକ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଦଶଭି’ (Dasvi) ର ରିଲିଜ ଡେଟ ଘୋଷଣା ହୋଇଗଲାଣି । ଫିଲ୍ମରେ ଅଭିଶେକ ବଚ୍ଚନ ଓ ୟାମି ଗୌତମଙ୍କ ଯୋଡି ଦେଖିବାକୁ ମିଳିବ । ଅଭିଶେକ ଗଙ୍ଗା ରାମ ଚୌଧୁରୀ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଫିଲ୍ମର ପୋଷ୍ଟର ଓ ଟିଜର ଶେୟାର କରି ଅଭିଶେକ କହିଛନ୍ତି ଏହି ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ୭ ଏପ୍ରିଲରେ ରିଲିଜ ହେବ ।
ଫିଲ୍ମର ପୋଷ୍ଟର ଶେୟାର କରି ଅଭିଶେକ ଲେଖିଛନ୍ତି, ଦଶଭିର ଏକଜାମ ପାଇଁ ସବୁ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା । ଫିଲ୍ମ ୭ ଏପ୍ରିଲକୁ ନେଟଫ୍ଲିକ୍ସରେ ରିଲିଜ ହେବ । ଟିଜରରେ ଅଭିଶେକ କହୁଛନ୍ତି, ଓହୋହୋ ଅପରାଧିମାନେ ଅଧିଳ ଶବ୍ଦ କରନ୍ତୁ ନାହିଁ । ମୁଁ ଦଶମ ପାଇଁ ପ୍ରସ୍ତୁତ ହେଉଛି । ଜେଲରୁ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଆମର ରାଇଟ ଟୁ ଏଜୁକେଶନ ।
ସୋସିଆଲ ମିଡିଆରେ ଫିଲ୍ମର ଟିଜରକୁ ନେଇ ବେଶ ପ୍ରଶଂସା କରାଯାଉଛି । ଫିଲ୍ମରେ ଅଭିଶେକଙ୍କ ସହିତ ୟାମି ଗୌତମ, ନିମ୍ରତ କୌର ବିଶେଷ ଭୂମିକାରେ ନଜର ଆସିବେ ।

Share