ଅଭିଷେକ ବଚ୍ଚନ ଆଗ୍ରା ଜେଲ୍‌ରେ ଦେବେ ଦଶମ ପରୀକ୍ଷା

ଲକ୍ଷ୍ନୌ,୨୧।୨: ଆଗ୍ରା ଜେଲରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁତ୍ର ଅଭିଷେକ ବଚ୍ଚନ ଦଶମ ପରୀକ୍ଷା ଦେବେ। ପରୀକ୍ଷା ଫେବୃୟାରୀ ୨୩ରେ ହେବ। ତେବେ ଏହା ସତରେ ନୁହେଁ। ଫିଲ୍ମ ‘ଦଶବି’ର ଶୁଟିଂରେ ଜେଲ୍‌ରେ ଲାଇଟ୍‌-କ୍ୟାମେରା-ଆକ୍ସନରେ ଅଭିଷେକ ଏଭଳି କରିବେ। ଶୁଟିଂ ପାଇଁ ଆଗ୍ରା କେନ୍ଦ୍ରୀୟ ଜେଲ୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଫିଲ୍ମରେ ଅଭିଷେକଙ୍କ ଅପୋଜିଟ୍‌ରେ ୟାମୀ ଗୌତମୀ ଅଭିନୟ କରୁଛନ୍ତି। ଶୁଟିଂ ପାଇଁ ଜେଲ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଫିଲ୍ମର ଶୁଟିଂ ପାଇଁ ଜେଲକୁ ଆସୁଥିବା ୧୦୦ ଜଣିଆ ଟିମ୍‌ଙ୍କ ଲାଗି ପରିଚୟ ପତ୍ର ଏବଂ ବାୟୋମେଟ୍ରିକ୍‌ ସୁବିଧା କରାଯାଇଛି।

Share