ଫେରୁଛନ୍ତି ନୀଳନୟନା, ଫଟୋ ଶେୟାର କରି ଅଭିଷେକ ଲେଖିଲେ ଏମିତି

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ବଲିଉଡ୍‌ର ସବୁଠୁ ସୁଖୀ ଦମ୍ପତି କୁହାଯାଏ। ସେମାନେ ୨୦୦୭ରେ ବିବାହ କରିଥିଲେ। ବିବାହର ଏତେ ଦିନ ପରେ ବି ଦୁହେଁ ପରସ୍ପରକୁ ପ୍ରଶଂସା କରିବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ। ବୁଧବାର ଐଶ୍ୱର୍ଯ୍ୟାଙ୍କ ଆଗାମୀ ଫିଲ୍ମ  ‘ପୋନିୟିନି ସେଲଭାନ’ ପୋଷ୍ଟର ଯେତେବେଳେ ରିଲିଜ ହେଲା, ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରିଥିଲେ।

‘ପୋନିୟିନି ସେଲ୍‌ଭାନ’ ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର କରି ଐଶ୍ୱର୍ଯ୍ୟାଙ୍କ ପ୍ରଥମ ଲୁକ୍‌ ଦେଖାଇଛନ୍ତି। ରାନୀ ନନ୍ଦିନୀଙ୍କ ଭୂମିକାରେ ଐଶ୍ୱର୍ଯ୍ୟା ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଐଶ୍ୱର୍ଯ୍ୟାଙ୍କ ପୋଷ୍ଟର ରିଲିଜ୍‌ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମଣି ରତ୍ନମଙ୍କ ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଲୁକ୍‌କୁ ପ୍ରଶଂସକମାନେ ପ୍ରଶଂସା କରୁଛନ୍ତି।

ଅଭିଷେକ ବି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଏକ ହାର୍ଟ ଇମୋଜି ଦେଇ ଐଶ୍‌ଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ଫିଲ୍ମଟି ଚଳିତବର୍ଷ ସେପ୍ଟେମ୍ବରରେ ରିଲିଜ ହେବ। ଏହା ତାମିଲ, ମାଲାୟଲମ, କନ୍ନଡ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ। ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଚିଆନ ବିକ୍ରମ, ତ୍ରିଶା, ଜୟମ ରବି, ଲାଲ୍‌, ଜୟରାମ, ପ୍ରଭୁ ଏବଂ ପ୍ରକାଶ ରାଜ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାର ନଜର ଆସିବେ।

Share