ଐଶ୍ୱର୍ଯ୍ୟାଙ୍କୁ ବିବାହ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ଅଭିଷେକ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନେତା ପୁଅ ଅଭିଷେକ ବଚ୍ଚନ। ମାତ୍ର ଅଭିଷେକ ବାପାଙ୍କ ପରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେତେଟା ସଫଳତା ପାଇ ପାରିଲେ ନାହିଁ। ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ କୁ ଅଭିନୟ ଜଗତରେ କ୍ୟାରିୟ ଆରମ୍ଭ କରିଥିବା ଅଭିଷେକ ଇତି ମଧ୍ୟରେ ଅନେକ ସିନେମାରେ କାମ କରି ସାରିଛନ୍ତି। ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ୍‌ ହେବା ପରେ ତାଙ୍କୁ ଆଉ ସେତେଟା ଫିଲ୍ମରେ ସୁଯୋଗ ମିଳୁ ନ ଥିବା ଜଣାପଡୁଛି।


ତେବେ ଅଭିଷେକଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ୨୦୦୨ ମସିହାରେ କରିସ୍ମା କପୁରଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିଲା। ମାତ୍ର ୨୦୦୩ରେ ଏହି ନିର୍ବନ୍ଧ ଭାଙ୍ଗିଯାଇଥିଲା। ପରେ ୨୦୦୭ ଜାନୁଆରୀ ୧୪ରେ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର ବିବାହ ବିଷୟରେ ଘୋଷଣା କରାଯାଇଥିଲା। ଏହା ଖବର ଅନୁଯାୟୀ, ଏହାରି ମଧ୍ୟରେ ଅଭିଷେକଙ୍କ ଜୀବନରେ ଆଉ ଜଣେ ସୁନ୍ଦରୀ ଆସିଥିଲେ। ସେ ହେଲେ ଦୀପାନିତା ଶର୍ମା। ତେବେ ଦୀପାନିତା ଜଣେ ମଡେଲ। କୁହାଯାଏ, ଅଭିଷେକ ତାଙ୍କ ପ୍ରେମରେ ପାଗଳ ଥିଲେ। ତାଙ୍କ ପାଇଁ ସବୁକିଛି କରିବାକୁ ମଧ୍ୟ ଚାହୁଁଥିଲେ। ତେବେ ଅନ୍ୟ ଏକ ଖବର ଅନୁଯାୟୀ, ଅଭିଷେକ କେବଳ ଦୀପାନିତା ସହ ଟାଇମ୍‌ ପାସ୍‌ କରୁଥିଲେ। ହେଲେ ଅଭିଷେକଙ୍କ ଜୀବନରେ ଐଶ୍ୱର୍ଯ୍ୟା ଆସିବା ପରେ ସେ ଦୀପାନିତାଙ୍କୁ ଭିଲିଯାଇଥିଲେ।

Share