ବିବାହର ୪ ବର୍ଷରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ରାକ୍ଷୀଙ୍କ ପୂର୍ବ ପ୍ରେମିକ

ବମ୍ବେ: ବିବାହର ଚାରି ବର୍ଷ ପରେ ସ୍ତ୍ରୀଙ୍କଠାରୁ ଅଲଗା ହୋଇଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତଙ୍କ ପୂର୍ବ ପ୍ରେମିକ ପୂର୍ବ ପ୍ରେମିକ ତଥା ଅଭିନେତା ଅଭିଶେକ ଅବସ୍ଥି। ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନରେ ବି ସବୁକିଛି ଠିକ୍‌ ଚାଲିନାହିଁ। ହାତରେ କାମ ନ ଥିବା ବେଳେ ତାଙ୍କର ଦୁବାଇରେ ଥିବା ଡ୍ୟାନ୍ସ ଷ୍ଟୁଡିଓ ବନ୍ଦ ହୋଇଯାଇଛି। ଠିକ ଏଭଳି ସମୟରେ ସ୍ତ୍ରୀ ମଧ୍ୟ ତାଙ୍କଠାରୁ ଅଲଗା ହେବା ବେଡି ଉପରେ ନଳିତା ବିଡ଼ା ପାଲଟିଛି।

୨୦୧୮ରେ ଶେଫ୍‌ ଅଙ୍କିତା ଗୋସ୍ବାମୀଙ୍କୁ ବିବାହ କରିଥିଲେ ଅଭିଷେକ। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିଲା। ହେଲେ କରୋନାକାଳରେ ସେମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ଏହା ମନାନ୍ତର ଏବଂ ମତାନ୍ତରକୁ ବୃଦ୍ଧି ପାଇଥିଲା। ଭୁଲ ବୁଝାମଣା ଯୋଗୁ ତାଙ୍କ ବିବାହ ଭାଙ୍ଗି ଯାଇଥିବା ସେ ପ୍ରଶଂସକଙ୍କୁ ଜଣାଇଛନ୍ତି।

Share