ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ ଜବାହରଲାଲ ନେହରୁଙ୍କ ନାମ ନେଇଥିଲେ। ତାଙ୍କ ଏହି ଉତ୍ତରକୁ ନେଇ CJPର ଆଶୁତୋଷ ରାଙ୍କା କହିଥିଲେ ଯେ, ଏଥିରେ କୌଣସି ସନ୍ଦେହ ନାହିଁ। ସୌରଭ ଦାସ ମଧ୍ୟ ତାଙ୍କ ଉତ୍ତରରେ ସହମତି ପ୍ରକାଶ କରିଥିଲେ। ନିଜ ଉତ୍ତରରେ ଦୀପକେ ଆହୁରି କହିଥିଲେ ଯେ, ନେହରୁ ଦେଶର ଏ ପର୍ଯ୍ୟନ୍ତର ସବୁଠାରୁ ‘କୁଲେଷ୍ଟ’ ପ୍ରଧାନମନ୍ତ୍ରୀ ଥିଲେ।
ଦେଶର ସବୁଠାରୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ପଚରାଯିବାରୁ ଅଭିଜୀତ ଦୀପକେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନେଇଥିଲେ।
ଷ୍ଟାଲିନଙ୍କ ବିଷୟରେ ଦୀପକେ କହିଥିଲେ ଯେ, ସେ ତାମିଲନାଡୁର ଅର୍ଥନୀତିକୁ ବେଶ ଭଲ ଭାବରେ ପରିଚାଳନା କରିଛନ୍ତି। ପିନାରାୟି ବିଜୟନ କେରଳର ସ୍ବାସ୍ଥ୍ୟ ବ୍ୟବସ୍ଥାର ମଡେଲକୁ ଭଲ ଭାବରେ ବିକଶିତ କରିଥିବା ସେ କହିଥିଲେ। ସେହିପରି ଅରବିନ୍ଦ କେଜ୍ରିୱାଲଙ୍କ ଉଲ୍ଲେଖ କରି ଦୀପକେ କହିଥିଲେ ଯେ, ଦିଲ୍ଲୀରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଭଲ କାମ କରାଯାଇଥିଲା।