ଇଡିରେ ହାଜର ହେଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ପୂର୍ବତନ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଗୁରୁବାର ଇଡିରେ ହାଜର ହେଲେ । ସେ ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି। ଚାକିରି ଦେବା ନାଁରେ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହାଜର ହୋଇଛନ୍ତି। ପୂର୍ବରୁ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ଇଡି ପକ୍ଷରୁ ଜେରା ହୋଇଥିଲା।

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍‌ଏସ୍‌ ଅଭୟକାନ୍ତଙ୍କ ଘରେ ରେଡ କରାଯାଇଥିଲା । ଚଢାଉରେ ଅମାପ ସମ୍ପତ୍ତି ବିଷୟରେ ତଥ୍ୟ ମିଳିଥିଲା। ଗିରଫ ହୋଇ ଜେଲରେ ଥିବା ଅଭୟ ପାଠକଙ୍କୁ ପରେ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ । କିନ୍ତୁ ଚାକିରି ଦେବା ନାଁରେ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଡି ଜେରା କରୁଛି ।