ଇରାକକୁ ମିଳିଲା ନୂଆ ରାଷ୍ଟ୍ରପତି

ବାଗଦାଦ,୧୩।୧୦: ଇରାକ ପାର୍ଲାମେଣ୍ଟ ସଦସ୍ୟମାନେ କୁର୍ଦ୍ଦିଶ ନେତା ଅବଦୁଲ ଲତିଫ୍‌ ରଶିଦ୍‌ଙ୍କୁ ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି। ଫଳରେ ବର୍ଷେ ହେଲା ଲାଗିରହିଥିବା ରାଜନୈତିକ ଅଚଳାବସ୍ଥା ଦୂର ହୋଇ ନୂଆ ସରକାର ଗଠନ ଲାଗି ପଥ ପରିଷ୍କାର ହୋଇଯାଇଛି। ଗୁରୁବାର ପାର୍ଲାମେଣ୍ଟରେ ହୋଇଥିବା ଦୁଇ ପର୍ଯ୍ୟାୟ ମତଦାନରେ ରଶିଦ୍‌ଙ୍କୁ ୧୬୦ରୁ ଅଧିକ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବର୍‌ହାମ ସାଲେହଙ୍କୁ ୯୯ ଖଣ୍ଡ ଭୋଟ ମିଳିଛି। ୭୮ ବର୍ଷୀୟ ରଶିଦ୍‌ ୨୦୦୩ରୁ ୨୦୧୦ ଜଳସମ୍ପଦ ମନ୍ତ୍ରୀ ଥିଲେ।

Share