କଟକରୁ ଅପହରଣ, ନୟାଗଡ଼ରେ ହତ୍ୟା

ନୂଆଗାଁ,୧୨।୧୨ (ଡି.ଏନ.ଏ.): କଟକ ସହର ଲାଲବାଗ ଥାନା ଅଧୀନ ମହାନ୍ତିପଡ଼ା ଅଞ୍ଚଳର ଶୈଳେନ୍ଦ୍ରନାଥ ଜେନା ନାମକ ଜଣେ ଯୁବକଙ୍କୁ ଅପହରଣ କରି ନେଇ ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ଅଞ୍ଚଳରେ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ନୂଆଗାଁ ଥାନା ପୋଲିସ ଓ ନୟାଗଡ଼ ଜିଲା ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଶୈଳେନ୍ଦ୍ରଙ୍କ ସ୍ତ୍ରୀ ସଂଘମିତ୍ରାଙ୍କ ଅଭିଯୋଗ ଅନୁଯାୟୀ, ଶୈଳେନ୍ଦ୍ର ଗତ ୩ ତାରିଖ ଦିନ କୌଣସି କାମରେ ସାଙ୍ଗ ଜୟ ପ୍ରକାଶ ସାହୁଙ୍କ ସହ ନୟାଗଡ଼ ଆସିଥିଲେ। ସେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସିବେ ବୋଲି କହିଥିଲେ। ହେଲେ ଆଉ ଫେରି ନ ଥିଲେ। ତାଙ୍କ ଫୋନ ସୁଇଚ୍‌ ଅଫ୍‌ ଥିଲା। ଏ ସଂକ୍ରାନ୍ତରେ ସନ୍ଦେହ ହେବାରୁ ୪ ତାରିଖରେ ଲାଲବାଗ ଥାନାରେ ସ୍ବାମୀ ନିଖୋଜ ଥିବା ନେଇ ସଂଘମିତ୍ରା ଅଭିଯୋଗ କରିଥିଲେ। ଏହାପରେ ଲାଲବାଗ ଥାନା ପୋଲିସ ଶୈଳେନ୍ଦ୍ରଙ୍କ ମୋବାଇଲ ନମ୍ବରକୁ ଯାଞ୍ଚ କରିବା ପରେ ତାହା ନୟାଗଡ଼ ଜିଲା ମହୀପୁର ଅଞ୍ଚଳରେ ଥିବା ଓ ମୋବାଇଲ ସୁଇଚ୍‌ ଅଫ୍‌ ରହିଥିବା ଜଣାପଡିଥିଲା। ନେଇ ତାଙ୍କୁ ସାଙ୍ଗରେ ନେଇଥିବା ଜୟ ପ୍ରକାଶଙ୍କୁ ପୋଲିସ ପଚରା ଉଚରା କରିବାରେ ସେମାନେ ମହୀପୁର ପଥରପାଟଣା ଗ୍ରାମର ଦୀପୁ ସାହୁଙ୍କ ଘରକୁ ଆସିଥିଲେ ବୋଲି ସୂଚନା ମିଳିଥିଲା। ତେଣୁ ଲାଲବାଗ ଥାନା ପୋଲିସ ଏ ବାବଦରେ ନୂଆଗାଁ ଥାନା ପୋଲିସକୁ ଜଣାଇବା ସହ ଶୈଳେନ୍ଦ୍ରଙ୍କ ସ୍ତ୍ରୀ ସଂଘମିତ୍ରା ଗୁରୁବାର ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନୂଆଗାଁ ଥାନା ପୋଲିସ ଦୀପୁ ସାହୁଙ୍କ ସ୍ତ୍ରୀ ସୁନୀତା ସାହୁ ଓ ପଡ଼ିଶା ଦୋକାନୀ ସୁରି ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ଶୈଳେନ୍ଦ୍ରଙ୍କୁ ପ୍ରେମ ବ୍ୟାପରକୁ କେନ୍ଦ୍ର କରି ହତ୍ୟା କରାଯାଇଛି। ଅଭିଯୁକ୍ତ ଏହି ଘଟଣାକୁ ଲୁଚାଇ ଦେବାକୁ ଚେଷ୍ଟା କରିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଅଟକ ସୁରି କହୁଥିବା ସ୍ଥାନକୁ ଯାଇ ପୋଲିସ ତଦନ୍ତ ଚଳାଇଛି। ଉକ୍ତ ତଦନ୍ତରେ ନୟାଗଡ଼ ଡିଏସ୍‌ପି ତପସ୍ବିନୀ କହଁର, ନୟାଗଡ଼ ସଦର ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତ, ନୂଆଗାଁ ଥାନାଧିକାରୀ ପୁଷ୍ପଲତା ବେହେରା ସାମିଲ ହୋଇଛନ୍ତି। ତଦନ୍ତ ଚାଲିଥିବାରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେବାକୁ ନୂଆଗାଁ ଥାନାଧିକାରୀ ବେହେରା ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri