ପୁଣି ଥରେ ବିଗ୍‌ବସ୍‌ ଘରେ ଏଣ୍ଟ୍ରି କରିବେ ଅବ୍ଦୁ ରୋଜିକ୍‌ !

ବମ୍ବେ: ପୁଣିଥରେ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ରେ ଏଣ୍ଟ୍ରି କରିବେ ଲୋକପ୍ରିୟ ପ୍ରତିଯୋଗୀ ଅବ୍ଦୁ ରୋଜିକ୍‌। ନିକଟରେ କାମକୁ ନେଇ ଶୋ’ରୁ ବାହାର ହୋଇଥିଲେ ଅବ୍ଦୁ। ଏହା ପ୍ରଶଂସକଙ୍କ ପାଇଁ କୌଣସି ଝଟ୍‌କାଠାରୁ କମ୍‌ ନ ଥିଲା। ଏବେ ଦ ଖବରୀ ପକ୍ଷରୁ ଟୁଇଟ୍‌ କରି ଅବ୍ଦୁ ପୁଣି ଫେରୁଥିବା କୁହାଯାଇଛି। ସେ ଓ୍ବିକେଣ୍ଡ କା ଓ୍ବାର୍‌ ଏପିସୋଡ୍‌ରେ ଅତିଥି ଭାବେ ଘରକୁ ଯିବେ। ତେବେ ଏହା କେତେ ସତ କେତେ ମିଛ ତାହା ଦିନ କେଇଟାରେ ଜଣାପଡ଼ିବ।

ସପ୍ତାହ ଶେଷରେ ହେଉଥିବା ‘ଓ୍ବିକେଣ୍ଡ କା ଓ୍ବାର’ ଏପିସୋଡ୍‌କୁ ଶୋ’ର ପ୍ରଶଂସକମାନେ ଅପେକ୍ଷା କରି ରହିଥାନ୍ତି। କାରଣ ଏଥିରେ ସଲମାନ ଭଲ ଖେଳୁଥିବା ପ୍ରତିଯୋଗୀଙ୍କ ପ୍ରଶଂସା କରିବା ସହ ଝଗଡ଼ା କରୁଥିବା ପ୍ରତିଯୋଗୀଙ୍କୁ ସମାଲୋଚନା କରିଥାନ୍ତି। ହେଲେ ଏଥର ଆଉ କିଛି ମଜାଦାର ଦେଖିବାକୁ ମିଳିପାରେ।

ଅବ୍ଦୁ ସବୁଠାରୁ ପ୍ରିୟ ପ୍ରତିଯୋଗୀ ଥିବାରୁ ସେ ଘରୁ ବିଦା ହେବା ପରେ ସମସ୍ତେ ତାଙ୍କୁ ଝୁରି ହେଉଥିଲେ। ଏବେ ସେ ପୁଣି ଥରେ କିଛି ସମୟ ପାଇଁ ହେଉ ପଛେ ଗୃହକୁ ଯିବା ପରେ ଘରେ ପୁଣିଥରେ ଖୁସିର ବାତାବରଣ ଖେଳିପାରେ।

Share