Categories: ଜାତୀୟ

ମିଳିଲେ ଅବ୍ୱାସ ଭାଇ, ଯାହାଙ୍କୁ ମନେପକାଉଥିଲେ ମୋଦି

ନୂଆଦିଲ୍ଲୀ,୧୯ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍ଗ ବ୍ଲଗରେ ଯେଉଁ ଅବ୍ୱାସ ଭାଇଙ୍କ କଥା ଉଲ୍ଲେଖ କରିଥିଲେ ଶେଷରେ ତାଙ୍କ ଠିକଣା ମିଳିଛି । ଏବେ ସେ ଅଷ୍ଟେଲିଆର ସିଡ୍‌ନୀରେ ପରିବାର ସହ ରହୁଛନ୍ତି । କୁହାଯାଉଛି କି ଅବ୍ୱାସ ଭାଇ ଗୁଜରାଟ ସରକାରଙ୍କ ଖାଦ୍ୟ ଓ ନାଗରିକ ଆପୁର୍ତ୍ତି ବିଭାଗରୁ ଅବସର ନେଇସାରିଛନ୍ତି । ଏବେ ସେ ପରିବାର ସହ ସିଡ୍‌ନୀରେ ରହୁଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଆ ହିରାବେନ ମୋଦିଙ୍କ ୧୦୦ତମ ଜନ୍ମଦିନକୁ ନେଇ ଲେଖିଥିବା ଏକ ବ୍ଲଗରେ ଅବ୍ୱାସ ଭାଇଙ୍କୁ ମନେପକାଇଥିଲେ । ପିଲାଦିନର ଅଭୁଲା ସ୍ମୃତିକୁ ମନେପକାଇଥିଲେ ମୋଦି । ଏହାସହ ମାଆଙ୍କୁ ଧନ୍ୟବାଦ ବି ଦେଇଥିଲେ । ଯିଏକି ଅନ୍ୟର ଖୁସିରେ ନିଜର ଖୁସିକୁ ଖୋଜିବାକୁ କହୁଥିଲେ । ସେତେବେଳେ କେମିତି ତାଙ୍କ ପିତାଙ୍କ ବନ୍ଧୁଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଆସି ମୋଦିଙ୍କ ଘରେ ରହୁଥିଲେ ସେ କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହାସହ ମାଆଙ୍କ ୧୦୦ତମ ଜନ୍ମଦିନରେ ସେ ତାଙ୍କ ପିତାଙ୍କୁ ବି ମନେପକାଇ ଲେଖିଛନ୍ତି ଆଜି ମୋ ପିତା ଥିଲେ ଗୋଟିଏ ସପ୍ତାହ ପୂର୍ବରୁ ବି ସେ ତାଙ୍କର ୧୦୦ତମ ଜନ୍ମଦିନ ପାଳନ କରିଥାଆନ୍ତେ । ଯେତେବେଳେ ମୋ ମାଆଙ୍କର ଜନ୍ମଶତାବ୍ଦି ବର୍ଷ ଆରମ୍ଭ ହେଉଛି ସେତେବେଳେ ମୋ ପିତାଙ୍କର ଜନ୍ମଶତାବ୍ଦି ବର୍ଷ ପୂରଣ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

Share