ପରିତ୍ୟକ୍ତ ଅବସ୍ଥାରେ ଜନଜାତି ସଂଗ୍ରାହାଳୟ:ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି, ୫।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହିଲିଭିୟୁ ପାର୍କ ପରିସର ମଧ୍ୟରେ ରହିଛି ଜନଜାତି ସଂଗ୍ରାହାଳୟ। ହେଲେ ଖୋଲିବାର ମାତ୍ର କିଛି ଦିନ ମଧ୍ୟରେ ଉକ୍ତ ସଂଗ୍ରାହାଳୟଟିରେ ତାଲା ଝୁଲୁଛି। ଏବେ ଉକ୍ତ କୋଠା ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ପର୍ଯ୍ୟଟକଙ୍କ ପାଇଁ ଉକ୍ତ ସଂଗ୍ରହାଳୟଟି ଖୋଳାଯାଉ ନ ଥିବାରୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି। କନ୍ଧମାଳ ଜିଲାରେ ବସବାସ କରୁଥିବା ଜନଜାତିଙ୍କ ଅତି ପୁରାତନ ପାରମ୍ପରିକ ବ୍ୟବହାରିକ ସାମଗ୍ରୀ ତଥା ଗହଣା, ବାଦ୍ୟ, ଚାଷ ସାମଗ୍ରୀଠାରୁ ଆରମ୍ଭ କରି ଅନେକ ଅସ୍ତ୍ରଶସ୍ତ୍ର ଆଦି ଦେଖିବାକୁ ରହିଥିଲେ ମଧ୍ୟ କେଉଁ କାରଣରୁ ତାହା ଖୋଲାଯାଉନାହିଁ ତାହା ଚିନ୍ତାର ବିଷୟ ବୋଲି ସାଧାରଣରେ କୁହାଯାଉଛି।
ରାଜ୍ୟ ଓ କେନ୍ଦ୍ର ସରକାର ଜନଜାତିଙ୍କ ପାଇଁ ଅନେକ ବ୍ୟବସ୍ଥା କରୁଥିବା ବେଳେ ସେମାନଙ୍କ ଚଳଣି ପାରମ୍ପରିକ ଖାଦ୍ୟ, ବ୍ୟବହାର କରୁଥିବା ସାମଗ୍ରୀକୁ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର କରିବାକୁ ପ୍ରୟାସ କରୁଥିଲେ। ଦାରିଙ୍ଗବାଡି ଠାରେ ଗତ ୨୦୧୫ ମସିହାରେ ଲୋକାର୍ପଣ କରାଯାଇଥିବା ଜନଜାତି ସଂଗ୍ରାହାଳୟକୁ ମାତ୍ର କିଛି ଦିନ ଖୋଲା ଯାଇ ତାକୁ ବନ୍ଦ କରିଦିଆଗଲା। ସେହି ଦିନଠାରୁ ଜିଲାପ୍ରଶାସନ ଓ ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏହାର ରକ୍ଷଣବେକ୍ଷଣ୍‌ର ଅଭାବ ଓ ଏଥିପ୍ରତି ବୈମାତୃକ ଚିନ୍ତାଧାରା ପାଇଁ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଳାଯାଉ ନ ଥିବା ଅଭିଯୋଗ ହେଉଛି।
ଉକ୍ତ ସଂଗ୍ରାହାଳୟ ମଧ୍ୟରେ ସେହି ସମୟରେ ସୁନ୍ଦର ଭାବେ କାଚର ସେଲ୍ଫ କରାଯାଇଥିବା ବେଳେ ଜନଜାତିଙ୍କ ଅଳଙ୍କାର, ଅସ୍ତ୍ରଶସ୍ତ୍ର, ବାଦ୍ୟଯନ୍ତ୍ର କିଛି ସଂଗ୍ରହ କରି ରଖାଯାଇଥିବା ଜଣାପଡିଛି। ଏବେ ତାହା କେଉଁ ପରିସ୍ଥିତିରେ ରହିଛି ତାହା ଖୋଲିବା ପରେ ଜଣାପଡିବ। ଏହାକୁ ଶୀଘ୍ର ଖୋଲାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି, ସଂଗ୍ରାହାଳୟ କୋଠରୀର ପଛ ପାଖ ମାଟି ଧୋଇଯାଇଛି। ତାକୁ ମରାମତି କରାଯାଉଛି। ଖୁବଶୀଘ୍ର ପୁଣି ସଂଗ୍ରାହାଳୟ ଖୋଲାଯିବାକୁ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri