ପରିତ୍ୟକ୍ତ ଅବସ୍ଥାରେ ପୌର ପରିଷଦ ଶିଶୁ ଉଦ୍ୟାନ

ପଟ୍ଟାମୁଣ୍ଡାଇ,୧ା୧୨(କଳ୍ପତରୁ ନାୟକ):କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନିରେ ଥିବା ପୌରପରିଷଦ ଶିଶୁଉଦ୍ୟାନ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଓ ସୌନ୍ଦର୍ଯ୍ୟହୀନ ହୋଇ ପଡ଼ିରହିଛି। ପିଲାମାନଙ୍କ ମନୋରଞ୍ଜନ ପାଇଁ କରାଯାଇଥିବା ଶିଶୁ ଉଦ୍ୟାନ ପାର୍କ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଖେଳ ଉପକରଣ ସବୁ ଭାଙ୍ଗି ଯାଇଛି। ଫଳରେ ପିଲାଙ୍କ ଜୀବନ ପ୍ରତି ବିପଦ ଦେଖାଯିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହା ନିର୍ମାଣ ହୋଇଥିଲା ତାହା ବିଫଳ ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଅଭିଭାବକ ଅଶୋକ ଲେଙ୍କା କହିଛନ୍ତି, ଶିଶୁମାନଙ୍କ ମନୋରଞ୍ଜନ ପାଇଁ ପୌର ପରିଷଦ ପକ୍ଷରୁ ଏହି ଶିଶୁ ଉଦ୍ୟାନ ୨୦୧୮ରେ ଉଦ୍‌ଘାଟନ କରାଯାଇଥିଲା। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପୌର ପରିଷଦ ହାତରେ ନ୍ୟସ୍ତ ଥିଲା। ମାତ୍ର ବର୍ଷବର୍ଷ ହେବ ଶିଶୁ ଉଦ୍ୟାନର କୌଣସି ମରାମତି କିମ୍ବା ଉନ୍ନତୀକରଣ କାର୍ଯ୍ୟ କରାଯାଇ ନ ଥିବାରୁ ଗୋଟିଏ ପରେ ଗୋଟିଏ ଉପକରଣ ଭାଙ୍ଗି ଚାଲିଛି। ଅବସ୍ଥା ଏଭଳି ହେଲାଣି କେତେକ ଉପକରଣ ମାଟିରେ ମିଶିବାକୁ ବସିଲାଣି। ପୌର କର୍ମଚାରୀଙ୍କ ରକ୍ଷଣାବେକ୍ଷଣ ଅଭାବରୁ ପାର୍କରେ ପିଲାଙ୍କ ପାଇଁ ଥିବା ଖେଳ ସାମଗ୍ରୀ, ଯୁବକଙ୍କ ପାଇଁ ଥିବା ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ଓ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ୱାଟର ଫାଉଣ୍ଟେନ ସବୁକିଛି ନଷ୍ଟ ହୋଇଯାଇଛି। କେବଳ ଲୁହା ଖୁଣ୍ଟ ଛିଡ଼ା ହୋଇଛି। ପୌରସଂସ୍ଥାର ବେପରୁଆ ମନୋଭାବ ଯୋଗୁ ଏହା ଏବେ ଶିରୀ ହରାଇଛି। କିଛି ମାସ ତଳେ ପୌର ପରିଷଦ ପକ୍ଷରୁ ଏହାର ଉନ୍ନତୀକରଣ ପାଇଁ ରଙ୍ଗ ଲେପା ଯାଇଥିଲା। ହେଲେ ଫଟା ଭଙ୍ଗା ଉପକରଣଗୁଡ଼ିକର ମରାମତି କରାଯାଇନାହଁି। ଏକଦା ଶିଶୁଙ୍କ ଧଁା ଦଉଡ଼, ହର୍ଷୋଲ୍ଲାସରେ ଫାଟି ପଡୁଥିବା ଏହି ପାର୍କ ପୌରସଂସ୍ଥାର ଅବହେଳା କାରଣରୁ ଶୂନ୍‌ଶାନ୍‌ ହୋଇପଡ଼ିଛି। ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ପୌର ପରିଷଦ କାର୍ଯ୍ୟାଳୟ ପାଖ ଅଫିସରମାନଙ୍କ କଲୋନି ଭିତରେ ଥିବା ସହରବାସୀ ପ୍ରଥମ ପସନ୍ଦର ଶିଶୁ ଉଦ୍ୟାନଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡ଼ି ଗଲାଣି। ଏହି ଉଦ୍ୟାନ ଭିତରେ ଥିବା ୫ଟି ମୂଲ୍ୟବାନ ଶିଶୁ ଗଛକୁ କିଏ କାଟି ଚୋରି କରି ନେଇଛନ୍ତି। ୪ ମାସ ହେବ ଏକ ଶିଶୁ ଗଛ ଉଦ୍ୟାନ ଭିତରକୁ ଶୋଇରହିଛି। ଫଳରେ ଉଦ୍ୟାନର ଶୋଭା ଶ୍ରୀହୀନ ହୋଇପଡ଼ିଛି। ଏହି ଶିଶୁ ଉଦ୍ୟାନକୁ କାର୍ଯ୍ୟକ୍ଷମ କରାଯାଇପାରୁନାହିଁ କି ପିଲାଙ୍କ ମୁହଁରେ ହସ ଫୁଟାଇବା ଉଦ୍ୟମ ନାହିଁ। ପିଲାଙ୍କ ଖେଳିବା, ଅବସର ସମୟ କାଟିବା ପାଇଁ ଥିବା ଏହି ଶିଶୁ ଉଦ୍ୟାନ ଖଁା ଖଁା ହୋଇପଡ଼ିଛି। ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ଅପରାହ୍ନ ହେଉ କିମ୍ବା ରବିବାର ଛୁଟିଦିନରେ ଅଭିଭାବକମାନେ ପିଲାଙ୍କୁ ଧରି ସେଠାକୁ ଛୁଟି ଆସୁଥିଲେ। କିଏ ଦୋଳି ଖେଳୁଥିଲା ତ ଆଉ କିଏ ଖସଡ଼ାରେ ଖସୁଥିଲା। ଅଭିଭାବକମାନଙ୍କର ମଧ୍ୟ କିଛି ସମୟ ଅତିବାହିତ ହେଉଥିଲା। କିନ୍ତୁ ଦୋଳି, ଖସଡ଼ା ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ସେଗୁଡ଼ିକର ମରାମତି କରାଯାଉନାହିଁ। ଛୋଟ ପିଲା ଗଲେ ଖେଳି ନ ପାରି ନିରାଶ ହୋଇ ଫେରୁଛନ୍ତି। ଏପରିକି ଭଙ୍ଗା ସାମଗ୍ରୀ ପାଚେରି କଡ଼ରେ ଗଦା ହୋଇଛି। ଘାସ ଓ ଅଳିଆ ମଧ୍ୟ ପଡ଼ି ସ୍ଥାନ ପରିତ୍ୟକ୍ତ ହେଲାଣି। ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରପରିଷଦକୁ ପିଲାଙ୍କ ଖେଳିବା ଲାଗି ଏ ପର୍ଯ୍ୟନ୍ତ ଏକ ସୁନ୍ଦର ପାର୍କର ବ୍ୟବସ୍ଥା ଜୁଟିନି। ଏ ସମସ୍ତ ସମସ୍ୟା ସମ୍ପର୍କରେ ବିକାଶ ପରିଷଦ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ନିଦା ବିଷ୍ଣୁ ହୋଇ ପୌର ପରିଷଦ ବସିରହିଛି। ଏ ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରିଙ୍କୁ ପଚାରିବାରେ ଏହାର ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri