ପରିଚାଳନା ଅଭାବରୁ ପରିତ୍ୟକ୍ତ

ଢେଙ୍କାନାଳ,୯।୭(ରତନ ନାୟାର)ଢେଙ୍କାନାଳ ସଦର ବ୍ଲକ କାଇମାଟି ପ୍ରାଣୀଧନ ଚିକିତ୍ସାଳୟ ପରିଚାଳନା ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଛି। ଏଠାକୁ ନିୟମିତ ଡାକ୍ତର, ଏଲ୍‌ଆଇ ଆସୁନାହାନ୍ତି। ଫଳରେ ଚାଷୀମାନେ ସେମାନଙ୍କ ରୋଗଗ୍ରସ୍ତ ଗୃହପାଳିତ ପ୍ରାଣୀଙ୍କୁ ଢେଙ୍କାନାଳ ଆଣିବାକୁ ବାଧ୍ୟ ହେଉଛନ୍ତି। ବିଭାଗୀୟ ଉଦାସୀନତାରୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।
ଗ୍ରାମବାସୀଙ୍କ କହିବା କଥା, ଅଞ୍ଚଳରେ ଘରେ ଘରେ ଗୃହପାଳିତ ପ୍ରାଣୀ ଅଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟସେବା ଲାଗି ଏକ ପ୍ରାଣୀଧନ ଚିକିତ୍ସାଳୟ ରହିଛି। ହେଲେ କାର୍ଯ୍ୟାଳୟକୁ ନିୟମିତ ଡାକ୍ତର କିମ୍ବା କର୍ମଚାରୀ ଆସୁନାହାନ୍ତି। ଏହାର ପ୍ରତିବାଦରେ ଦୁଇଦିନ ତଳେ ସ୍ଥାନୀୟ ଲୋକେ ଏକାଠି ହୋଇ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ପରିସରରେ ହୋହଲ୍ଲା କରିଥିଲେ। ଏହା ପରେ ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେବଳ କାଇମାଟି ନୁହେଁ, ଜିଲାର ବିଭିନ୍ନ ସ୍ଥାନରେ କର୍ମଚାରୀ ଅଭାବ ସମସ୍ୟା କାରଣରୁ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏବେ ଗାଈ, ଗୋରୁ, ଛେଳି, ମେଣ୍ଢା ବର୍ଷାଦିନିଆ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ହେଲେ ସେବା ମିଳୁନାହିଁ। ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟରେ ଖିଲାପ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ପ୍ରାଣୀଧନ ଚିକିତ୍ସା ଉପନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ନନ୍ଦ କୁହନ୍ତି, ଜିଲାରେ ପ୍ରାୟ ଦୁଇ ତୃତୀୟାଂଶ ଏଲ୍‌ଆଇ ପଦବୀ ଖାଲି ପଡ଼ିଛି। କାର୍ଯ୍ୟରତ ଏଲ୍‌ଆଇ ୨-୩ ପଞ୍ଚାୟତ ଦାୟିତ୍ୱ ସମ୍ଭାଳୁଛନ୍ତି। ତେଣୁ ସେମାନେ କାମ ଛାଡ଼ି ଚିକିତ୍ସାକେନ୍ଦ୍ରକୁ ଆସିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସଦର ବ୍ଲକ ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ କାର୍ଯ୍ୟ ଚାପ ବଢ଼ିଛି। କାଇମାଟି ପ୍ରାଣୀଧନ ଚିକିତ୍ସାଳୟର ଡାକ୍ତର କ୍ଷେତ୍ର ଦାୟିତ୍ୱ ତୁଲାଉଛନ୍ତି। ସେ ସକାଳେ କାର୍ଯ୍ୟାଳୟକୁ ଯାଉଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର କାର୍ଯ୍ୟ ତଦାରଖ କରୁଛନ୍ତି। ଏଣିକି ଯେଉଁଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟ ନ ଥିବ, ସେହିଦିନ ଡାକ୍ତର ଚିକିତ୍ସାଳୟକୁ ଯିବେ ବୋଲି ଆଲୋଚନା ହୋଇଛି। ଅଭିଯୋଗର ତଦନ୍ତ ପରେ ଯାହା କିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri