ପରିଚାଳନା ଅଭାବରୁ ପରିତ୍ୟକ୍ତ

ଢେଙ୍କାନାଳ,୯।୭(ରତନ ନାୟାର)ଢେଙ୍କାନାଳ ସଦର ବ୍ଲକ କାଇମାଟି ପ୍ରାଣୀଧନ ଚିକିତ୍ସାଳୟ ପରିଚାଳନା ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଛି। ଏଠାକୁ ନିୟମିତ ଡାକ୍ତର, ଏଲ୍‌ଆଇ ଆସୁନାହାନ୍ତି। ଫଳରେ ଚାଷୀମାନେ ସେମାନଙ୍କ ରୋଗଗ୍ରସ୍ତ ଗୃହପାଳିତ ପ୍ରାଣୀଙ୍କୁ ଢେଙ୍କାନାଳ ଆଣିବାକୁ ବାଧ୍ୟ ହେଉଛନ୍ତି। ବିଭାଗୀୟ ଉଦାସୀନତାରୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।
ଗ୍ରାମବାସୀଙ୍କ କହିବା କଥା, ଅଞ୍ଚଳରେ ଘରେ ଘରେ ଗୃହପାଳିତ ପ୍ରାଣୀ ଅଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟସେବା ଲାଗି ଏକ ପ୍ରାଣୀଧନ ଚିକିତ୍ସାଳୟ ରହିଛି। ହେଲେ କାର୍ଯ୍ୟାଳୟକୁ ନିୟମିତ ଡାକ୍ତର କିମ୍ବା କର୍ମଚାରୀ ଆସୁନାହାନ୍ତି। ଏହାର ପ୍ରତିବାଦରେ ଦୁଇଦିନ ତଳେ ସ୍ଥାନୀୟ ଲୋକେ ଏକାଠି ହୋଇ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ପରିସରରେ ହୋହଲ୍ଲା କରିଥିଲେ। ଏହା ପରେ ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେବଳ କାଇମାଟି ନୁହେଁ, ଜିଲାର ବିଭିନ୍ନ ସ୍ଥାନରେ କର୍ମଚାରୀ ଅଭାବ ସମସ୍ୟା କାରଣରୁ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏବେ ଗାଈ, ଗୋରୁ, ଛେଳି, ମେଣ୍ଢା ବର୍ଷାଦିନିଆ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ହେଲେ ସେବା ମିଳୁନାହିଁ। ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟରେ ଖିଲାପ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ପ୍ରାଣୀଧନ ଚିକିତ୍ସା ଉପନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ନନ୍ଦ କୁହନ୍ତି, ଜିଲାରେ ପ୍ରାୟ ଦୁଇ ତୃତୀୟାଂଶ ଏଲ୍‌ଆଇ ପଦବୀ ଖାଲି ପଡ଼ିଛି। କାର୍ଯ୍ୟରତ ଏଲ୍‌ଆଇ ୨-୩ ପଞ୍ଚାୟତ ଦାୟିତ୍ୱ ସମ୍ଭାଳୁଛନ୍ତି। ତେଣୁ ସେମାନେ କାମ ଛାଡ଼ି ଚିକିତ୍ସାକେନ୍ଦ୍ରକୁ ଆସିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସଦର ବ୍ଲକ ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ କାର୍ଯ୍ୟ ଚାପ ବଢ଼ିଛି। କାଇମାଟି ପ୍ରାଣୀଧନ ଚିକିତ୍ସାଳୟର ଡାକ୍ତର କ୍ଷେତ୍ର ଦାୟିତ୍ୱ ତୁଲାଉଛନ୍ତି। ସେ ସକାଳେ କାର୍ଯ୍ୟାଳୟକୁ ଯାଉଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର କାର୍ଯ୍ୟ ତଦାରଖ କରୁଛନ୍ତି। ଏଣିକି ଯେଉଁଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟ ନ ଥିବ, ସେହିଦିନ ଡାକ୍ତର ଚିକିତ୍ସାଳୟକୁ ଯିବେ ବୋଲି ଆଲୋଚନା ହୋଇଛି। ଅଭିଯୋଗର ତଦନ୍ତ ପରେ ଯାହା କିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri