ଜ୍ୟୋତିର୍ଗମୟ ସହ ଟିଏସ୍‌ଏଫ୍‌ର ବୁଝାମଣା

ଭୁବନେଶ୍ୱର, ୯।୭ (ଅଭୟ ଦାଶ): ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ପକ୍ଷରୁ ସକ୍ଷମ ଓ ଆଇଆଇଟି ଦିଲ୍ଲୀର ଆସିଷ୍ଟେକ୍‌ ଲାବ୍‌ର ଅଭିଯାନ ଜ୍ୟୋତିର୍ଗମୟ ସହ ନିକଟରେ ଏକ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରାଯାଇଛି। ବିଶେଷକରି ଆସିଷ୍ଟିଭ୍‌ ଟେକ୍ନୋଲୋଜି ଜରିଆରେ ଦୃଷ୍ଟିହୀନମାନଙ୍କୁ ଚିହ୍ନଟ କରିବା ସହିତ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ଦୃଷ୍ଟିହୀନମାନଙ୍କୁ ପଢ଼ାପଢ଼ି ଓ ଲେଖାଲେଖିରେ ସ୍ବାଧୀନ କରିବା ସହ ବିଭିନ୍ନ ପ୍ରକାର ଅନ୍‌ଲାଇନ କାର୍ଯ୍ୟକଳାପ ଯଥା ବ୍ୟାଙ୍କଖାତା ପରିଚାଳନା, ବ୍ୟାଙ୍କ କାରବାର, ରେଳ ଟିକେଟ ସଂରକ୍ଷଣ, ଅନ୍‌ଲାଇନ ଶପିଙ୍ଗ୍‌ କିମ୍ବା କୌଣସି ସ୍ଥାନରେ ପହଞ୍ଚତ୍ବା ଲାଗି ଗୁଗଲ୍‌ ମ୍ୟାପ୍‌ ବ୍ୟବହାର କରିବାରେ ସକ୍ଷମ କରିବା ଲାଗି ଆସିଷ୍ଟିଭ୍‌ ପ୍ରଯୁକ୍ତି ଆଧାରିତ ସମାଧାନର ଗୁରୁତ୍ୱକୁ ସ୍ବୀକୃତି ପ୍ରଦାନ ଲାଗି ଜ୍ୟୋତିର୍ଗମୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସକ୍ଷମର ପ୍ରତିଷ୍ଠାତା ଡ. ଦୀପେନ୍ଦ୍ର ମନୋଚା ଓ ସକ୍ଷମର ଷ୍ଟ୍ରାଟେଜିକ୍‌ ଆଡଭାଇଜର ରାଜୀବ ରାତୁରୀ, ଟିଏସ୍‌ଏଫ୍‌ର ସିଇଓ ସୌରଭ ରାୟ ଓ ଟିଏସ୍‌ଏଫ୍‌ର ଦକ୍ଷତା ବିକାଶ ମୁଖ୍ୟ କ୍ୟାପ୍‌ଟେନ୍‌ ଅମିତାଭ ପ୍ରମୁଖ ଉକ୍ତ ଏମ୍‌ଓୟୁରେ ସ୍ବାକ୍ଷର କରିଛନ୍ତି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନର ସିଇଓ ସୌରଭ ରାୟ କହିଛନ୍ତି, ଦିବ୍ୟାଙ୍ଗକୁ ସମ୍ମାନ ଦେବା ଓ ସକ୍ଷମ କରିବାର ସନ୍ଧାନରେ ସବଲ୍‌ ପକ୍ଷରୁ ଏକ ପ୍ଲାଟ୍‌ଫର୍ମ ଗଠନ କରାଯାଇଛି, ଯାହା ନାଗରିକ ସମାଜ, କମ୍ପାନୀ ଓ ସାର୍ବଜନୀନ ବ୍ୟବସ୍ଥାକୁ ଏକଜୁଟ କରିଛି। ଏହା ପ୍ରତି ବର୍ଷ ୧୦,୦୦୦ରୁ ଅଧିକ ଲୋକଙ୍କ ସହ କାର୍ଯ୍ୟ କରୁଛି,ଯେଉଁଥିରେ ସମ୍ବେଦନଶୀଳ ଜୀବନଯାପନ କରୁଥିବା ଦିବ୍ୟାଙ୍ଗଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ଆମର ବିଶ୍ୱାସ ରହିଛି, ସକ୍ଷମ ଓ ଆଇଆଇଟି ଦିଲ୍ଲୀ ଭଳି ସହଯୋଗୀଙ୍କ ସହ ଜ୍ୟୋତିର୍ଗମୟ ଭଳି କାର୍ଯ୍ୟକ୍ରମର ସବଲ୍‌ ସହିତ ସମାନ ମୂଲ୍ୟବୋଧ ରହିଛି ଏବଂ ଏହି ସହଯୋଗିତାର ସମ୍ଭାବନାକୁ ନେଇ ଆମେ ବେଶ୍‌ ଉତ୍ସାହିତ ରହିଛୁ। ଉକ୍ତ ପ୍ରକଳ୍ପର ଲକ୍ଷ୍ୟ ହେଉଛି, ଦୃଷ୍ଟିହୀନ ଓ ପଢ଼ି ପାରୁ ନ ଥିବା ଲୋକଙ୍କ ମଧ୍ୟରେ ଆସିଷ୍ଟିଭ୍‌ ଟେକ୍ନୋଲୋଜି ଓ ତା’ର ବ୍ୟବହାରକୁ ନେଇ ସଚେତନତା ସୃଷ୍ଟି କରିବା ଏବଂ ସେମାନେ ସମାଜରେ ତାହାର ସଚେତନତା ବଢ଼ାଇବେ ଏବଂ ବ୍ୟବହାରକାରୀଙ୍କ ନେଟ୍‌ୱର୍କ ସମ୍ପ୍ରସାରଣ କରିବେ। ଆସନ୍ତା ୨ ବର୍ଷରେ ୧୨୫୮ ଜଣ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବାକୁ ପ୍ରକଳ୍ପ ଜରିଆରେ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?