Categories: ଖେଳ

କୋହଲି କିମ୍ବା ରୋହିତ ନୁହନ୍ତିି; ଏହି କ୍ରିକେଟରଙ୍କୁ ନିଜ ଆଇପିଏଲ୍‌ ଟିମ୍‌ର ଅଧିନାୟକ ଭାବେ ବାଛିଲେ ଡିଭିଲିୟର୍ସ

ନୂଆଦିଲ୍ଲୀ,୨।୪: ଆଉ ଦିନ କେଇଟାରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏଥିନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହି କ୍ରମରେ ନିଜ ଟିମ୍‌ ଚୟନକୁ ନେଇ ଚର୍ଚ୍ଚାରେ ଆର୍‌ସିବି(ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଏବି ଡି ଭିଲିୟର୍ସ। ନିଜ ଆଇପିଏଲ୍‌ ଟିମ୍‌ ପାଇଁ ସେ ମହେନ୍ଦ୍ର ସିଂହ ଧୋନୀଙ୍କଠାରୁ ଆରମ୍ଭ କରି ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରମୁଖଙ୍କୁ ଚୟନ କରିଛନ୍ତି। ହେଲେ ଏହି ୩ଜଣଙ୍କ ମଧ୍ୟରୁ ସେ ଧୋନୀଙ୍କୁ ନିଜ ଟିମ୍‌ର ଅଧିନାୟକ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।

କ୍ରିକ୍‌ବଜ୍‌ ସହ ଏକ ସାକ୍ଷାତକାରରେ ଡିଭିଲିୟର୍ସ କହିଛନ୍ତି, ଗତ ରାତିରେ ନିଜ ଆଇପିଏଲ୍‌ ଏକାଦଶ ଟିମ୍‌ ଚୟନ ନେଇ ଭାବୁଥିଲି। ମୋ ଟିମ୍‌ରେ ବିରେନ୍ଦ୍ର ସେହ୍ବାଗ, ରୋହିତ ଓପନିଂ କରିବେ। ପରେ ବିରାଟ ୩ନଂରେ ଆସିବେ। ଚତୁର୍ଥ ସ୍ଥାନରେ କେନ୍‌ ଓ୍ବିଲିୟମସନ, ଷ୍ଟିଭ୍‌ ସ୍ମିଥ୍‌ ନଚେତ ମୁଁ ଓହ୍ଲାଇପାରୁ। ପଞ୍ଚମ ସ୍ଥାନରେ ବେନ୍‌ ଷ୍ଟୋକ୍ସ, ଷଷ୍ଟରେ ଧୋନୀ, ସପ୍ତମରେ ରବିନ୍ଦ୍ର ଜାଡେଜା, ଅଷ୍ଟମରେ ରଶିଦ ଖାନ୍‌, ନବମରେ ଭୁବନେଶ୍ୱର କୁମାର, ଦଶମରେ କଗିସୋ ରବାଡା ଏବଂ ଶେଷରେ ଜସପ୍ରିତ ବୁମ୍‌ରା ଆସିବେ ବୋଲି ସେ କହିଛନ୍ତି।

Share