Categories: ଖେଳ

ଧୋନୀଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୩୦।୧୧: ଆଇପିଏଲ୍‌ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ପଡ଼ିଆରେ ଖେଳୁଥିବା ନଜର ଆସିବେ। ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗସ ଦଳରେ ରଖିଛି। ପୂର୍ବରୁ ଧୋନୀଙ୍କ ବିଷୟରେ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଥିଲା। ଆଇପିଏଲ୍‌ ୨୦୨୩ ପରେ ସେ ଅବସର ନେଇଯିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ତାଙ୍କୁ ଏଥର ଦଳରେ ରଖାଯିବା ପରେ ସମସ୍ତେ ଏହାର ଉତ୍ତର ପାଇଛନ୍ତି। ଧୋନୀଙ୍କ ଭବିଷ୍ୟତକୁ ନେଇ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡି ଭିଲିୟର୍ସ ପ୍ରତିକ୍ରିୟା ରଖିଛନ୍ତି।
ଡି ଭିଲିୟର୍ସ କହିଛନ୍ତି, ଧୋନୀ ଆଗାମୀ ତିନି ସିଜନରେ ଖେଳିପାରିବେ। ରିଟେନ୍‌ ତାଲିକାରେ ତାଙ୍କ ନାମ ଦେଖି ମୁଁ ବହୁତ ଖୁସି। ଗତ ଆଇପିଏଲ୍‌ ସିଜିନ୍‌ ଶେଷ ହେବା ପରେ ତାଙ୍କ ବିଷୟରେ ଅନେକ ପ୍ରକାରର ଆଲୋଚନା ଚାଲିଥିଲା। କିନ୍ତୁ ଏବେ ସେ ୨୦୨୪ରେ ଖେଳିବାକୁ ପ୍ରସ୍ତୁତ। ଧୋନୀ ସବୁବେଳେ ସରପ୍ରାଇଜ୍‌ ଦେବାକୁ ପସନ୍ଦ କରନ୍ତି। ସେ ଆଗାମୀ ତିନି ସିଜନରେ ଖେଳିବେ। ତେଣୁ ଏହାକୁ ନେଇ ଆଉ ବେଶୀ କିଛି କୁହାଯାଇପାରିବ ନାହିଁ।
ସୂଚନାଯୋଗ୍ୟ ଯେ,ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ରେ ଧୋନୀଙ୍କ ଅଧିନାୟକତ୍ୱରେ ଟାଇଟଲ ଜିତିଥିଲେ। ଚେନ୍ନାଇ ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା। ଗତ ସିଜନରେ ଧୋନୀଙ୍କ ବ୍ୟାଟିଂ ବିଶେଷ କିଛି ନ ଥିଲା। କିନ୍ତୁ ତାଙ୍କ ଅଧିନାୟକତ୍ୱ ଦଳ ପାଇଁ ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଆସିଛି।

Share