Posted inଖେଳ

ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ଏହି ଷ୍ଟାର କ୍ରିକେଟର; ଆର୍‌ସିବି ସହ ବି ଯାତ୍ରା ସମାପ୍ତ

ନୂଆଦିଲ୍ଲୀ,୧୯।୧୧: ଦକ୍ଷିଣ ଆଫ୍ରିକା ଷ୍ଟାର୍‌ କ୍ରିକେଟର ଏ ବି ଡିଭିଲିୟର୍ସ ଖେଳର ସବୁ ଫର୍ମାଟକୁ କହିଛନ୍ତି ଅଲ୍‌ବିଦା। ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ହେଲେ ସେ ଆଇପିଏଲ୍‌ ସହ ଅନ୍ୟ ସମସ୍ତ ଘରୋଇ ଟୁର୍ନାମେଣ୍ଟ ଖେଳୁଥିଲେ। ଶୁକ୍ରବାର ସେ ଟୁଇଟ୍‌ କରି ଏହା ସମସ୍ତଙ୍କୁ ଜଣାଇଛନ୍ତି।

ସନ୍ୟାସକୁ ନେଇ ଡିଭିଲିୟର୍ସ କହିଛନ୍ତି, ଏହା ଏକ ଅଦ୍ଭୁତପୂର୍ବ ଯାତ୍ରା। କିନ୍ତୁ ମୁଁ ସବୁ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହି ଯାତ୍ରା ମଧ୍ୟରେ ମୋ ସହ ରହିଥିବା ସମସ୍ତ ଖେଳାଳି, ସଦସ୍ୟ ଏବଂ କୋଚ୍‌ମାନଙ୍କୁ ଧନ୍ୟବାଦ। ମୁଁ କ୍ରିକେଟକୁ ଉପଭୋଗ କରିଥିଲି। ହେଲେ ବୟସ ବଢ଼ୁଥିବାରୁ ଏବେ ଶରୀର ସେତେଟା ଭଲ କରିବାକୁ ଅନୁମତି ଦେଉନାହିଁ। ମୋ ପରିବାର, ଭାଇ, ସ୍ତ୍ରୀ ଏବଂ ପିଲାମାନଙ୍କ ତ୍ୟାଗ ବିନା ଏହା କେବେ ହେଲେ ସଫଳ ହୋଇପାରି ନ ଥାନ୍ତା। ଏବେ ଜୀବନର ନୂଆ ଅଧ୍ୟାୟରେ ମୁଁ ସେମାନଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବି। କ୍ରିକେଟ ସବୁବେଳେ ମୋ ସହ ରହିଛି। ଖେଳିବା ବେଳେ ଅନେକ ଅଭିଜ୍ଞତା ପାଇଛି। ଏଥିପାଇଁ କୃତଜ୍ଞ ରହିବି। ଆର୍‌ସିବି ସହ ଅନେକ ସ୍ମରଣୀୟ ମୂହୁର୍ତ୍ତ ରହିଛି। ମୁଁ ସବୁବେଳେ ଆର୍‌ସିବିଆନ୍‌ ହୋଇ ରହିବି ବୋଲି ସେ କହିଛନ୍ତି। ତେବେ ଏଥିରୁ ୨୦୨୨ରେ ଡିଭିଲିୟର୍ସଙ୍କୁ ଆଉ ଆଇପିଏଲ୍‌ରେ ବି ଦେଖିବାକୁ ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

୩୭ ବର୍ଷୀୟ ଡିଭିଲିୟର୍ସ ‘ମିଷ୍ଟର ୩୬୦’ ଭାବେ ଖ୍ୟାତ। ସେ ଦୀର୍ଘ ୧୭ ବର୍ଷ ଧରି କ୍ରିକେଟ ଖେଳି ଆସୁଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଏବଂ ୭୮ ଟି-୨୦ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri