Categories: ଖେଳ

୨୦୧୮ରେ କେଉଁ କାରଣ ପାଇଁ ଅବସର ନେଇଥିଲେ ଡି ଭିଲର୍ସ

ଜୋହାନ୍ସବର୍ଗ, ୧।୭- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ୨୦୧୮ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଡି ଭିଲର୍ସ ଯେଉଁ ସମୟରେ କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ ସେତେବେଳେ ସେ ଭଲ ଫର୍ମରେ ଥିଲେ। କିନ୍ତୁ ହଠାତ୍‌ କାହିଁକି ଏଭଳି ନିଷ୍ପତ୍ତି ନେଇଥିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା। ଅବସର ନେବାର ୨ ବର୍ଷ ପରେ ଡି ଭିଲର୍ସ ଏହି ଘଟଣା ଉପରୁ ପରଦା ହଟାଇଛନ୍ତି। ଏକ ସାକ୍ଷାତ୍‌କାର ଅବସରରେ ସେ କହିଛନ୍ତି, ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୧୫ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଆମେ ପହଞ୍ଚତ୍ଥିଲୁ। କିନ୍ତୁ ସେମିଫାଇନାଲରେ ଆମ ଦଳ ୪ ଉଇକେଟ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ହାରି ଫାଇନାଲରୁ ବଞ୍ଚତ୍ତ ହୋଇଥିଲା। ଏହି ପରାଜୟ ଗ୍ଲାନିରୁ ବାହାରିବା ପାଇଁ ମୋତେ ବହୁତ ସମୟ ଲାଗିଥିଲା। ମୁଁ ଏହାକୁ ସମାଲୋଚନା ଦୃଷ୍ଟିକୋଣରୁ କହିବି ନାହିଁ। ବ୍ୟକ୍ତିଗତ ଦୃଷ୍ଟିକୋଣରୁ କହିବି ଯେ ମୋତେ ୨୦୧୮ରେ ଅବସର ନେବାର ଏହା ଏକ ବଡ଼ କାରଣ ଥିଲା ବୋଲି ଏହି ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ କହିଛନ୍ତି। ସେହି ରାତିରେ ଆମେ ମ୍ୟାଚ୍‌ ହାରିଯାଇଥିଲୁ। କିନ୍ତୁ ମୋ ପାଇଁ ସେହି ବର୍ଷ ପରାଜୟକୁ ଭୁଲିବା କଷ୍ଟକର ଥିଲା। ଏହି ପରାଜୟ ମୋତେ ବହୁତ କଷ୍ଟ ଦେଇଥିଲା ବୋଲି ଡି ଭିଲର୍ସ ପ୍ରକାଶ କରିଛନ୍ତି।

Share