ମା’ ହେଲେ ଆଶ୍‌କା, ଘରକୁ ଆସିଲା ରାଜକୁମାର

ବମ୍ବେ: ମା’ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଆଶ୍‌କା ଗୋରାଡିଆ। ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଶ୍‌କାଙ୍କ ସ୍ବାମୀ ବ୍ରେଣ୍ଟ ଗୋବେଲ ପୁଅଙ୍କ ପ୍ରଥମ ଝଲକ୍‌ ସହ ଫଟୋ ପୋଷ୍ଟ କରି ଖୁସି ସମସ୍ତଙ୍କ ସହ ବାଣ୍ଟିଛନ୍ତି। ଏ ନେଇ ଜଣାପଡ଼ିବା ପରେ ଆଶ୍‌କାଙ୍କ ପ୍ରଶଂସକ ଶୁଭେଚ୍ଛା ଜଣାଉଛନ୍ତି।

ବ୍ରେଣ୍ଟ ଲେଖିଛନ୍ତି, ଆଜି ସକାଳ ୭.୪୫ରେ ବିଲିୟନ ଆଲେକ୍ସଜାଣ୍ଡର ଏହି ଦୁନିଆରେ ପାଦ ରଖିଛନ୍ତି ଏବଂ ଆମ ହୃଦୟରେ ସ୍ଥାନ ପାଇଛନ୍ତି। ଏବେ ମୁଁ ମୋ ଜୀବନ ଶେଷ ପର୍ଯ୍ୟନ୍ତ ଆଲେକ୍ସଙ୍କ ବାପା ହୋଇ ରହିବି। ଆଶ୍‌କା ତାଙ୍କୁ ଦୁନିଆକୁ ଆଣିଛନ୍ତି। ଏବେ ସେ ପିଲା ସହ ଆରାମ କରୁଛନ୍ତି। ଆମ ହୃଦୟ ଏହାଠାରୁ ଅଧିକ ଖୁସି ଅନୁଭବ କେବେ କରି ନ ଥିଲା। ଏଭଳି ଭଲପାଇବାର ଅନୁଭବ କେବେ କରି ନ ଥିଲି। ଏବେଠାରୁ ପ୍ରତିଦିନ ଭଗବାନ ବୋଲି କେହି ଅଛନ୍ତି ବୋଲି ପ୍ରମାଣ ରହିଲା ବୋଲି ସେ କହିଛନ୍ତି।

Share