‘ଆଶିକି-୩’ରେ ଏହି ଅଭିନେତ୍ରୀଙ୍କ ସହ ରୋମନ୍ସ କରିବେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୀତ ମୁଭି ‘ଶହଜାଦା’କୁ ନେଇ ଏବେ ଚର୍ଚ୍ଚାରେ । ଏବେ ଏହା ସିନେମା ହଲରେ ଦର୍ଶକଙ୍କ ମନୋରଞ୍ଜନ କରୁଛି । ହେଲେ ମୁଭିକୁ ସେତେଟା ଭଲ ରେସପନ୍ସ ମିଳିନାହିଁ । ଏହି ସମୟରେ କାର୍ତ୍ତିକଙ୍କ ଆଉ ଏକ ମୁଭି ‘ଆଶିକି-୩’କୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ଲେଟେଷ୍ଟ ରିପୋର୍ଟରେ କୁହାଯାଉଛି କି ଏହି ମୁଭିରେ କାର୍ତ୍ତିକଙ୍କ ସହ କିଏ ଲିଡ ରୋଲରେ ନଜର ଆସିବେ । ଏପଟେ ମେକର୍ସ ‘ଆଶିକି-୩’ ପାଇଁ ଆଉ ଜଣେ ଅଭିନେତ୍ରୀଙ୍କୁ ଖୋଜୁଛନ୍ତି ବୋଲି କୁହାଯାଉଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଆଶିକି-୩ରେ ମେକର୍ସ ଲିଡ ରୋଲରେ ସାରା ଅଲି ଖାଁଙ୍କୁ ନେବାକୁ ଚାହୁଁଛନ୍ତି । ଏଥିପାଇଁ କଥା ଚାଲଛି । ହେଲେ ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯଦି ଏହା ହୁଏ ତେବେ କାର୍ତ୍ତିକ ଓ ସାରା ପୁଣିଥରେ ସ୍କ୍ରିନ ଶେୟାର କରିବେ । ଏହା ପୂର୍ବରୁ ୨୦୨୦ରେ ଏହି କଳାକାର ଏକାଠି ଅଭିନୟ କରିଥିଲେ ।

Share