Categories: ଖେଳ

ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ ଅଡ଼ୁଆରେ ଅଷ୍ଟ୍ରେଲିଆ: ଟିମ୍‌ରୁ ବାହାର ହୋଇପାରନ୍ତି ଏହି ଦିଗ୍ଗଜ ଖେଳାଳି

ସିଡନୀ,୫।୧୨: ଭାରତ ବିପକ୍ଷ କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ୧୧ ରନ୍‌ରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ ଟିମ୍‌। ଲଗାତାର ଦୁଇଟି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିବା ପରେ ଏବେ ଦଳ ଭିନ୍ନ ଅଡ଼ୁଆରେ ଫସୁଥିବା ନଜର ଆସୁଛି। ଦିନିକିଆ ସିରିଜ୍‌ ସମୟରେ ଓପନର ଡେଭିଡ ଓ୍ବାର୍ନର ଆହତ ହୋଇ ଟିମ୍‌ରୁ ବାହାରିଥିଲେ। ଏବେ ଅନେକ ଖେଳାଳି ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଅଧିନାୟକ ଆରୋନ ଫିଞ୍ଚ।

ପ୍ରଥମ ଟି-୨୦ ମ୍ୟାଚ୍‌ରେ ଫିଞ୍ଚ ଆହତ ହୋଇଛନ୍ତି। ତାଙ୍କ ହିପ୍‌ରେ ଆଘାତ ଲାଗିଛି। ଏବେ ତାଙ୍କର ସ୍କାନ କରାଯାଇ ଫଳକୁ ଅପେକ୍ଷା କରାଯାଇଛି। ଏଣୁ ଫିଞ୍ଚ ଯଦି ବାକି ମ୍ୟାଚ୍‌ରୁ ଦଳରୁ ବାହାର ହୁଅନ୍ତି ତେବେ ଦଳ ପାଇଁ ଚ୍ୟାଲେଞ୍ଜ ହେବ। କାରଣ ପୂର୍ବରୁ ଉପଅଧିନାୟକ ପ୍ୟାଟ୍‌ କମିନ୍ସଙ୍କୁ ଆରାମ ଦିଆଯାଇଛି। ଏବେ ସେ ଟିମ୍‌ ବାହାରେ ଅଛନ୍ତି। ଫଳରେ ଦଳର ନେତୃତ୍ୱ କିଏ ନେବ ସେନେଇ ଚିନ୍ତା ବଢ଼ିଛି।

Share