Categories: ଜାତୀୟ

ଏମ୍‌ସିଡି ନିର୍ବାଚନ: ନାମାଙ୍କନ ଭରିଲେ ଏଏପି ମେୟର ପ୍ରାର୍ଥୀ ଶେଲି ଓବେରୟ

ନୂଆଦିଲ୍ଲୀ,୧୭।୪: ଏମ୍‌ସିଡି ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଏଏପି) ମେୟର ପ୍ରାର୍ଥୀ ଶେଲି ଓବେରୟ ଏବଂ ଡେପୁଟି ମେୟର ପ୍ରାର୍ଥୀ ଆଲେ ମହମ୍ମଦ ଇକବାଲ ସୋମବାର ବରିଷ୍ଠ ଏଏପି ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ଏଏପିର ବରିଷ୍ଠ ନେତା ସଞ୍ଜୟ ସିଂ କହିଛନ୍ତି ଯେ, ଏଥର ମେୟର ଏବଂ ଡେପୁଟି ମେୟର ବହୁ ସଂଖ୍ୟାରେ ଆମ ଆଦମୀ ପାର୍ଟିରୁ ଆସିବେ।

ଆସନ୍ତା ଏପ୍ରିଲ ୨୬ରେ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୧୨ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ମେୟର ର୍ନିବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରାଯିବ।

Share