ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ ‘ଗୋଆ ଫରୱାର୍ଡ ପାର୍ଟି’ (GFP) ସହିତ ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି। ଉଭୟ ଦଳ ଆଗାମୀ ବିଧାନସଭା ନିର୍ବାଚନ ମିଳିତ ଭାବେ ଲଢ଼ିବେ।

କେଜରିୱାଲ କହିଛନ୍ତି ଯେ AAP ଏବଂ ଗୋଆ ଫରୱାର୍ଡ ପାର୍ଟି ମଧ୍ୟରେ ହୋଇଥିବା ଏହି ମେଣ୍ଟର ନାମ ‘ଗୋଆ ଫାଷ୍ଟ’ (Goa First) ରଖାଯିବ। ଏହି ଘୋଷଣା ଗୋଆର ରାଜନୈତିକ ପରିବେଶରେ ନିର୍ବାଚନୀ ସମୀକରଣକୁ ନେଇ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି।
ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜରିୱାଲ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳର ରଣନୀତି ସମ୍ପର୍କରେ ସୂଚନା ଦେଇଥିଲେ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ ‘ଆପ’ (AAP) ଏବଂ ‘ଗୋଆ ଫରୱାର୍ଡ ପାର୍ଟି’ ମିଳିତ ଭାବେ ନିର୍ବାଚନ ଲଢ଼ିବେ। ଉଭୟ ଦଳ ଏହି ମେଣ୍ଟର ନାମ ‘ଗୋଆ ଫାଷ୍ଟ’ (Goa First) ରଖିଛନ୍ତି।

Dharitri – Odisha’s No.1, Most Trusted Odia Daily

Share