Categories: ଜାତୀୟ

‘ଅଗ୍ନିପଥ‘ ଯୋଜନାକୁ ବିରୋଧ କରି ଭିକ ମାଗିଲେ ଏଏପି କର୍ମୀ, ମୋଦିଙ୍କ ନାମରେ ପଠାଇଲେ ୪୨୦ ଟଙ୍କା ଚେକ

ନୂଆଦିଲ୍ଲୀ,୪ ।୭: କେନ୍ଦ୍ର ସରକାରଙ୍କ ସେନା ଭର୍ତ୍ତି ଯୋଜନା ‘ଅଗ୍ନିପଥ‘କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରରେ ଆମ ଆଦମୀ ପାର୍ଟି(ଏଏପି)ର ର୍କମୀମାନେ ଭିକ ମାଗିଥିଲେ । ଏଥିରୁ ଆଦାୟ କରାଯାଇଥିବା ୪୨୦ ଟଙ୍କାର ଏକ ଚେକ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ପଠାଯାଇଥିବା ଜଣାପଡିଛି । ରବିବାର ଏଏପିର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।
ଏଏପି କର୍ମୀମାନେ ହାତରେ ଗିନା ଧରି ରାସ୍ତା ଉପରେ ମୋଦି ସରକାରଙ୍କ ନାମରେ ଭିକ ମାଗୁଥିବା ଦେଖାଯାଇଥିଲା । ସୂଚନାଯୋଗ୍ୟ, ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ଜଣେ ପ୍ରାର୍ଥୀ ୪ ବର୍ଷ ପାଇଁ ଭାରତ ମାତାର ସେବା କରିବାର ସୁଯୋଗ ପାଇ ପାରିବ । ହେଲେ ଏହି ଯୋଜନାକୁ ଏବେ ସାରା ଦେଶରେ ବିରୋଧ କରାଯାଉଛି । କିନ୍ତୁ ଏହାରି ଭିତରେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ବି ଆରମ୍ଭ ହୋଇଗଲାଣି ।

Share