Categories: ଜାତୀୟ

ଅଧ୍ୟାଦେଶ ବିରୋଧରେ ରାଲି କରିବ ଏଏପି

ନୂଆଦିଲ୍ଲୀ, ୨୩ା୫: ସେବା ଅଧିକାରୀ ନିଯୁକ୍ତି ଓ ବଦଳି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏଏପି ସରକାର ସପକ୍ଷରେ ରାୟ ଦେଇଥିବାବେଳେ ଏହାକୁ ଅକାମୀ କରିଦେବା ଲାଗି କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି। ରାଜ୍ୟ ସଭାରେ ଉକ୍ତ ଅଧ୍ୟାଦେଶକୁ ଗୃହୀତ କରାଇ ନ ଦେବା ଲାଗି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ଉଦ୍ୟମ କରାଯିବ। ଏଥିସହିତ ଏଏପି ଘରକୁ ଘର ଯାଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଲୋକଙ୍କୁ ବୁଝାଇବ। ଦିଲ୍ଲୀର ରାମଲୀଳା ମଇଦାନରେ ଜୁନ୍‌ ୧୧ରେ ଏକ ରାଲି କରାଯାଇ ଅଧ୍ୟାଦେଶ ବିରୋଧରେ ଜନମତ ସଂଗ୍ରହ କରାଯିବ ବୋଲି ଏଏପି ଦିଲ୍ଲୀ ଆବାହକ ଗୋପାଳ ରାୟ କହିଛନ୍ତି। ରାଜ୍ୟ ସଭାରେ ଅଧ୍ୟାଦେଶ ଯେପରି ଗୃହୀତ ହୋଇ ନ ପାରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସମସ୍ତ ବିରୋଧୀ ଦଳ ସହ ଯୋଗାଯୋଗ ଚଳାଇଛନ୍ତି। ଏହି କ୍ରମରେ ସେ ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ।

Share