Posted inଜାତୀୟ

ଅପରେଶନ୍‌ ଲୋଟସ୍‌ ଦାବି ମଧ୍ୟରେ ଆସ୍ଥା ପ୍ରସ୍ତାବ ଆଣିବେ ମାନ ସରକାର

ଚଣ୍ଡିଗଡ଼,୧୯।୯: ପଞ୍ଜାବରେ ସରକାର ଭାଙ୍ଗିବା ପାଇଁ ଭାଜପା ପକ୍ଷରୁ ‘ଅପରେଶନ ଲୋଟସ୍‌’ ଅଭିଯାନ ଚାଲିଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଅଭିଯୋଗ କରିଛି। ଏଏପିର ୧୦ଜଣ ବିଧାୟକଙ୍କୁ ଭାଜପା କିଣିନେବା ପାଇଁ ୨୫ କୋଟି ଲେଖାଏ ଟଙ୍କା ଯାଚିଥିବା ଅଭିଯୋଗ ହୋଇଥିଲା। ତେବେ ଦାବି ମଧ୍ୟରେ ସୋମବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏକ ବଡ଼ ଘୋଷଣା କରିଛନ୍ତି। ବିଧାନସଭାରେ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାଲାଗି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ସେପ୍ଟେମ୍ବର ୨୨କୁ ଏକ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ଗୁରୁବାର ଆସ୍ଥା ପ୍ରସ୍ତାବ ଉପସ୍ଥାପନ ପାଇଁ ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡ଼କାଯାଇଛି। ଜନସାଧାରଣଙ୍କ ବିଶ୍ୱାସକୁ ବିଶ୍ୱର କୌଣସି ମୁଦ୍ରାରେ ମୂଲ୍ୟାୟନ କରାଯାଇପାରିବ ନାହିଁ। ସରକାରଙ୍କ ପଛରେ ସଂଖ୍ୟାଗରିଷ୍ଠତା ରହିଛି କି ନାହିଁ, ତାହାର ପ୍ରମାଣ ଦେବା ନିମନ୍ତେ ଏହି ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିବା ମାନ୍‌ ଟୁଇଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ଭାଜପା ପକ୍ଷରୁ ଶାସକ ବିଧାୟକଙ୍କୁ କିଣିବା ଲାଗି ଉଦ୍ୟମ ଚାଲିଥିବା ଏଏପି ରାଜ୍ୟ ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିଥିଲା। ଏହି ଅଭିଯୋଗ ଆଧାରରେ ଗତ ୧୪ ତାରିଖରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଥିଲା। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଏବଂ ବିଧାୟକମାନେ ଡିଜିପିଙ୍କ ନିକଟରେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେକାବୁ ସ୍ଥିତିରେ କରୋନା: ଦିନକରେ ୩.୪୩ ଲକ୍ଷ ସଂକ୍ରମିତ, ୪୦୦୦ ମୃତ

ନୂଆଦିଲ୍ଲୀ,୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

ଅପରେଶନ୍‌ ଅଲ୍‌ଆଉଟ୍‌: ବାରପୋରାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ସୋପୋରରେ ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଥିବା କୁହାଯାଉଛି।...

ସିଏଏ ହିଂସା: ଶିଲଂରେ କର୍ଫ୍ୟୁ, ୬ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ଶିଲଂ,୨୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ କେତେକ ସ୍ଥାନରେ ସମର୍ଥନ ମଧ୍ୟ କରାଯାଉଛି। ଶନିବାର ମେଘାଳୟରେ...

ଅର୍ଥନୀତି ନେଇ ମୁହଁ ଖୋଲିଲେ ମନମୋହନ ସିଂହ: ତ୍ରୁଟିପୂର୍ଣ୍ଣ ପରିଚାଳନାରୁ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨ା୯: ଦେଶର ଅର୍ଥନୀତି ଏବେ ଚିନ୍ତାଜନକ ସ୍ଥିତିରେ ରହିଛି। ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଅର୍ଥନୀତି ମାନ୍ଦାବସ୍ଥାର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଯାଇଛି ବୋଲି...

ପଶ୍ଚିମବଙ୍ଗରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା କରୋନା କଟକଣା

କୋଲକାତା,୨୯ ।୭: କରୋନା ମହାମାରୀର ଦ୍ୱିତୀୟ ଲହର କମି ଆସିଥିବା ବେଳେ ଏବେ ତୃତୀୟ ଲହରର ଚିନ୍ତା ସମସ୍ତଙ୍କୁ ଘାରିଛି । କାରଣ ବିଷେଶଜ୍ଞଙ୍କ ମତରେ...

ଯିଏ ଯେତେ ବିରୋଧ କଲେ ବି ସିଏଏ ହେବନି ପ୍ରତ୍ୟାହାର: ଶାହ

ନୂଆଦିଲ୍ଲୀ,୨୧।୧: ଦେଶର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ ହୋଇଛି। ଏହାକୁ କେତେକ ବିରୋଧ କରୁଛନ୍ତି। ତେବେ ଯିଏ ଯେତେ ବିରୋଧ କଲେ ବି ସିଏଏ...

କଣ୍ଟ୍ରାସେପଶନ ବ୍ୟବହାର କରୁନାହାନ୍ତି ୫୭% ଭାରତୀୟ

ନୂଆଦିଲ୍ଲୀ,୧।୧୨: ବିଶ୍ୱ ଏଡସ ଦିବସ ଅବସରରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୫୭ ପ୍ରତିଶତ ଭାରତୀୟ ଯୌନ ସମ୍ପର୍କ ସମୟରେ...

ବ୍ରିଟେନ ଫେରନ୍ତା ଭାରତୀୟ କରୋନା ପଜିଟିଭ: ନୂଆ ରୂପକୁ ନେଇ ସରକାର ସତର୍କ

ନୂଆଦିଲ୍ଲୀ,୨୪ ।୧୨: ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ରୂପକୁ ନେଇ ଏବେ ବିଶ୍ୱବାସୀ ଡରି ଯାଇଛନ୍ତି । ଭାଇରସର ନୂଆ ରୂପକୁ ନେଇ ଭାରତ...

Advertisement
Archives

Model This Week