Posted inଜାତୀୟ

ରାଜସ୍ଥାନ କଂଗ୍ରେସରେ ସଙ୍କଟ ପରେ ଏଏପି ନେତା ରାଘବ ଚଢାଙ୍କ ଟୁଇଟ ‘ କଂଗ୍ରେସ ଶେଷ, କେଜରିୱାଲ ବିକଳ୍ପ’

ନୂଆଦିଲ୍ଲୀ,୨୬ ।୯: ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ସଙ୍କଟ ପରେ ଆମ ଆଦମୀ ପାର୍ଟି(ଏଏପି)ର ରାଜ୍ୟ ସଭା ସଦସ୍ୟ ରାଘବ ଚଢା ଚୁଟକି ନେଇଛନ୍ତି । କଂଗ୍ରେସ ସଙ୍କଟର ଖବର ଆସିବା ପରେ ଚଢା ଏକ ଟୁଇଟରେ କହିଛନ୍ତି, ‘ କଂଗେସ୍ର ଖତ୍ମ ହୈ… କେଜରିୱାଲ ବିକଳ୍ପ ହୈ’ । ଏଏପି ପକ୍ଷରୁ ରାଘବ ଚଢାଙ୍କୁ ଗୁଜରାଟରେ ଦଳୀୟ ମାମଲାର ସହ ପ୍ରଭାରୀ କରାଯାଇଛି । ଏହାପରଠାରୁ ସେ କଂଗ୍ରେସକୁ ଟାର୍ଗେଟ କରି ଚାଲିଛନ୍ତି । ଶନିବାର ସେ ତାଙ୍କର ଗୁଜରାଟ ଗସ୍ତ ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କ ଟାର୍ଗେଟରେ କଂଗ୍ରେସ ହିଁ ଥିଲା । ସେ କହିଥିଲେ କଂଗ୍ରେସ ଦଳ ଏବେ ବୁଢି ହୋଇଯାଇଛି । ସେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇ ପାରିବ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଅରବିନ୍ଦ କେଜରିୱାଲ ଏମିତି ଏକମାତ୍ର ନେତା ଯାହାଙ୍କୁ ଭଗବାନ ଏମିତି କରିବାକୁ ଆଶୀର୍ବାଦ ଦେଇଛନ୍ତି ।

ରାଘବ ଆହୁରି ମଧ୍ୟ କହିଥିଲେ ୨୭ ବର୍ଷରେ ଭାଜପାକୁ କଂଗ୍ରେସ ହରାଇ ପାରି ନ ଥିବା ବେଳେ ଏବେ କ’ଣ କରିବ । ଏହା ବହୁ ପୁରୁଣା ଦଳ ହୋଇଗଲାଣି । ସେଥିପାଇଁ ଲୋକେ କଂଗ୍ରେସରୁ ମୁହଁ ଫେରାଇ ନେଉଛନ୍ତି । ଭାଜପାର ୨୭ ବର୍ଷର ଶାସନ ଭିତରେ ଏବେ ଗୁଜରାଟରେ ପରିବର୍ତ୍ତନର ସମୟ ଆସିଛି । ଏବେ ଏଠାରେ ଅରବିନ୍ଦ କେଜରିୱାଲଙ୍କ ମଡେଲ ଚାଲିବ । ଯେଉଁଥିରେ ଗରିବରୁ ଅତି ଗରିବଙ୍କୁ ବିଶ୍ୱ ସ୍ତରର ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ଅପରେଶନ, ମାଗଣା ଔଷଧ, ମାଗଣା ବିଜୁଳି-ପାଣି, ମହିଳାଙ୍କୁ ଆର୍ଥିକ ସହାୟତା ଓ ଅନ୍ୟ ସୁବିଧା ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri