Posted inଜାତୀୟ

ରାଜସ୍ଥାନ କଂଗ୍ରେସରେ ସଙ୍କଟ ପରେ ଏଏପି ନେତା ରାଘବ ଚଢାଙ୍କ ଟୁଇଟ ‘ କଂଗ୍ରେସ ଶେଷ, କେଜରିୱାଲ ବିକଳ୍ପ’

ନୂଆଦିଲ୍ଲୀ,୨୬ ।୯: ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ସଙ୍କଟ ପରେ ଆମ ଆଦମୀ ପାର୍ଟି(ଏଏପି)ର ରାଜ୍ୟ ସଭା ସଦସ୍ୟ ରାଘବ ଚଢା ଚୁଟକି ନେଇଛନ୍ତି । କଂଗ୍ରେସ ସଙ୍କଟର ଖବର ଆସିବା ପରେ ଚଢା ଏକ ଟୁଇଟରେ କହିଛନ୍ତି, ‘ କଂଗେସ୍ର ଖତ୍ମ ହୈ… କେଜରିୱାଲ ବିକଳ୍ପ ହୈ’ । ଏଏପି ପକ୍ଷରୁ ରାଘବ ଚଢାଙ୍କୁ ଗୁଜରାଟରେ ଦଳୀୟ ମାମଲାର ସହ ପ୍ରଭାରୀ କରାଯାଇଛି । ଏହାପରଠାରୁ ସେ କଂଗ୍ରେସକୁ ଟାର୍ଗେଟ କରି ଚାଲିଛନ୍ତି । ଶନିବାର ସେ ତାଙ୍କର ଗୁଜରାଟ ଗସ୍ତ ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କ ଟାର୍ଗେଟରେ କଂଗ୍ରେସ ହିଁ ଥିଲା । ସେ କହିଥିଲେ କଂଗ୍ରେସ ଦଳ ଏବେ ବୁଢି ହୋଇଯାଇଛି । ସେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇ ପାରିବ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଅରବିନ୍ଦ କେଜରିୱାଲ ଏମିତି ଏକମାତ୍ର ନେତା ଯାହାଙ୍କୁ ଭଗବାନ ଏମିତି କରିବାକୁ ଆଶୀର୍ବାଦ ଦେଇଛନ୍ତି ।

ରାଘବ ଆହୁରି ମଧ୍ୟ କହିଥିଲେ ୨୭ ବର୍ଷରେ ଭାଜପାକୁ କଂଗ୍ରେସ ହରାଇ ପାରି ନ ଥିବା ବେଳେ ଏବେ କ’ଣ କରିବ । ଏହା ବହୁ ପୁରୁଣା ଦଳ ହୋଇଗଲାଣି । ସେଥିପାଇଁ ଲୋକେ କଂଗ୍ରେସରୁ ମୁହଁ ଫେରାଇ ନେଉଛନ୍ତି । ଭାଜପାର ୨୭ ବର୍ଷର ଶାସନ ଭିତରେ ଏବେ ଗୁଜରାଟରେ ପରିବର୍ତ୍ତନର ସମୟ ଆସିଛି । ଏବେ ଏଠାରେ ଅରବିନ୍ଦ କେଜରିୱାଲଙ୍କ ମଡେଲ ଚାଲିବ । ଯେଉଁଥିରେ ଗରିବରୁ ଅତି ଗରିବଙ୍କୁ ବିଶ୍ୱ ସ୍ତରର ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ଅପରେଶନ, ମାଗଣା ଔଷଧ, ମାଗଣା ବିଜୁଳି-ପାଣି, ମହିଳାଙ୍କୁ ଆର୍ଥିକ ସହାୟତା ଓ ଅନ୍ୟ ସୁବିଧା ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?