ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ କଙ୍କୋରଡ଼ା ଗ୍ରାମ ପଞ୍ଚାୟତରେ ଅନ୍ତୋଦୟ ଗୃହ ଯୋଜନାରେ ଅନିୟମିତତା, ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ବିଳମ୍ବ , ବିକାଶମୂଳକ କାର୍ଯ୍ୟରେ ଅବହେଳା ଏବଂ ମହିଳା ସରପଞ୍ଚଙ୍କ ପ୍ରତି ବିଡିଓଙ୍କ ଦୁର୍ବବ୍ୟବହାର ଅଭିଯୋଗକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଦୀର୍ଘ ୫୨ ଦିନ ଧରି ଚାଲିଥିବା ଧାରଣା ସମ୍ପର୍କରେ ତୁରନ୍ତ ହସ୍ତକ୍ଷେପ ଓ ସମାଧାନ କରିବା ଦାବି ନେଇ ଗୁରୁବାର ଆମ ଆଦମୀ ପାର୍ଟି ଗଞ୍ଜାମ ଜିଲା ପକ୍ଷରୁ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଆବାହକ ସୁବାଷ ଚନ୍ଦ୍ର ରାଉତ ଓ ଜିଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥଙ୍କ ନେତୃତ୍ୱରେ ବହୁ ନେତା ଏବଂ କର୍ମୀମାନେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

 

Dharitri – Odisha’s No.1 Odia Daily