Categories: ଜାତୀୟ

ପଞ୍ଜାବ, ଉତ୍ତରାଖଣ୍ଡ ପରେ ଗୋଆରେ ଦେଲେ ମାଗଣା ପ୍ରତିଶ୍ରୁତି

ପାଣାଜୀ,୪।୨: ଆମ ଆଦମୀ ପାର୍ଟି (ଆପ୍‌) ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୂର୍ବରୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଭିନ୍ନ ମାଗଣା ଯୋଜନା ଘୋଷଣା କରିସାରିଛି। ଏପରି ସ୍ଥିତିରେ ଆମ୍‌ ଆଦବୀ ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଗୋଆରେ ଅନୁସୂଚିତ ଜନଜାତିଙ୍କ ପାଇଁ ୮ ପଏଣ୍ଟ ବିଶିଷ୍ଟ ନିର୍ବାଚନୀ ଇସ୍ତାହର ଘୋଷଣା କରିଛନ୍ତି।

ପୂର୍ବ ସରକାର ଅନୁସୂଚିତ ଜନଜାତିଙ୍କ ପାଇଁ କିଛି କରି ନ ଥିବାରୁ ଗୋଆରେ ଆମ୍‌ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି। ଏପରି କି ଅନୁସୂଚିତ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଦେବାକୁ କେଜ୍ରିଓ୍ବାଲ କହିଛନ୍ତି। ସେହିପରି ମାଗଣା ସ୍ବାସ୍ଥ୍ୟ ସେବା ସାଙ୍ଗକୁ ନିଯୁକ୍ତି ପାଇ ନ ଥିବା ଯୁବବର୍ଗଙ୍କୁ ମାସିକ ୩ ହଜାର ଟଙ୍କା ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Share