Categories: ଜାତୀୟ

ପଞ୍ଜାବ ନିର୍ବାଚନ ପୂର୍ବରୁ ଏଏପିକୁ ବଡ ଝଟକା

ଚଣ୍ଡିଗଡ଼,୩ ।୧୨: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏହାକୁ ଦେଖି ସବୁ ରାଜନୈତିକ ପାର୍ଟି ସଜବାଜ ହେଉଥିବା ବେଳେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ ଝଟକା ଲାଗିଛି । ପଞ୍ଜାବରେ ଥିବା ଏଏପିର ଅସନ୍ତୁଷ୍ଟ ବିଧାୟକ କୱର ସନ୍ଧୁ ବିଧାନସଭା ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ମୋହାଲିର ଖରଡ ବିଧାନସଭା ଆସନର ବିଧାୟକ ସନ୍ଧୁଙ୍କୁ ୨୦୧୮ରେ ଦଳ ବିରୋଧୀ ଗତିବିଧି ପାଇଁ  ନିଲମ୍ବିତ କରାଯାଇଥିଲା । ଏବେ ସନ୍ଧୁ ନିର୍ବାଚନ ଲଢିବାକୁ ମନା କରିଦେବା ପରେ ଅନୁମାନ ଲଗାଯାଉଛି କି ସେ କୌଣସି ସକ୍ରିୟ ଦଳ ସହ ସାମିଲ ହୋଇ ପାରନ୍ତି । ହେଲେ ସେ ଏପରି କରିବେ ନାହିଁ ବୋଲି କହିଛନ୍ତି । ତାଙ୍କ ନିକଟରେ ଅନ୍ୟ ଦଳରେ ସାମିଲ ହେବା ଲାଗି ମାଳ ମାଳ ଅଫର ଥିଲେ ବି ସେ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Share