Categories: ଜାତୀୟ

ଏଏପି ବିଧାୟକ ଅମାନତୁଲ୍ଲାଙ୍କ ବ୍ୟବସାୟିକ ସହଯୋଗୀ ଗିରଫ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀ ପୋଲିସର ଦୁର୍ନୀତି ନିବାରଣ ଶାଖା(ଏସିବି) ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଶୁକ୍ରବାର ଗିରଫ କରିଛି। ବର୍ତ୍ତମାନ ଦିଲ୍ଲୀ ପୋଲିସ ଅମାନତୁଲ୍ଲାଙ୍କ ନିକଟତର ବ୍ୟବସାୟିକ ସହଯୋଗୀ ହାମିଦଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ହାମିଦଙ୍କୁ ପୋଲିସ ଶନିବାର ଗିରଫ କରିଛି। ଶୁକ୍ରବାର ଏସିବି ପକ୍ଷରୁ କରାଯାଇଥିବା ଚଢ଼ାଉ ସମୟରେ ହାମିଦଙ୍କ ଘରୁ ଅନେକ ବେଆଇନ ଅସ୍ତ୍ରଶସ୍ତ୍ର ଓ କାର୍ଟିଜ୍‌ ଜବତ ହୋଇଥିଲା। ସୂଚନାଯୋଗ୍ୟ, ଦୁଇବର୍ଷ ତଳର ଦିଲ୍ଲୀ ଓ୍ବାକଫ୍‌ ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାର ସମ୍ପୃକ୍ତି ନେଇ ଦୁର୍ନୀତି ନିବାରଣ ପକ୍ଷରୁ ଶୁକ୍ରବାର ବିଧାୟକଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ କରିଥିଲା। ଏଥିସହ ଅମାନତୁଲ୍ଲାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।

Share