Categories: ଜାତୀୟ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୬।୬: ଜୁନ୍‌ ୨୩ରେ ୩ ଲୋକ ସଭା ଓ ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ଗଡ଼ କୁହାଯାଉଥିବା ସଙ୍ଗ୍ରୁର ଲୋକ ସଭା ଆସନରେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀଙ୍କ ପରାଜୟ ଫଳରେ ଦଳକୁ ଶକ୍ତ ଧକ୍କା ଲାଗିଛି। ଉକ୍ତ ଆସନରେ ଏସ୍‌ଏଡି(ଅମୃତସର)ର ନେତା ସିମ୍ରନ୍‌ଜିତ ସିଂ ମାନ୍‌ ଏଏପିର ଗୁରମୈଲ ସିଂଙ୍କଠାରୁ ୫,୮୨୨ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ସିମ୍ରନ୍‌ଜିତଙ୍କୁ ୨,୫୩,୧୫୪ ଭୋଟ ମିଳିଥିବାବେଳେ ଏଏପି ପ୍ରାର୍ଥୀ ସିଂ ୨,୪୭,୩୩୨ ଭୋଟ ପାଇଛନ୍ତି। ଭଗଓ୍ବନ୍ତ ମାନ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପରେ ସଙ୍ଗ୍ରୁର ଲୋକ ସଭା ଆସନରୁ ଇସ୍ତଫା ଦେଇଥିଲେ। ଫଳରେ ସେଠାରେ ଉପନିର୍ବାଚନ କରିବାକୁ ପଡ଼ିଥିଲା।

Share